ଆଇଏନ୍‌ଏସ୍ ଚିଲିକାରୁ ଭାରତୀୟ ନୌସେନା ଓ ତଟ ରକ୍ଷକ ୪୫୫ ପ୍ରଶିକ୍ଷାର୍ଥୀଙ୍କ ସ୍ନାତକ ହାସଲ

168

ଚିଲିକା: ଭାରତୀୟ ନୌସେନା ଓ ତଟ୍ଟରକ୍ଷକ ୦୧/୨୦୨୦ ବ୍ୟାଚ୍‌ର ୪୫୫ ଜଣ ପ୍ରଶିକ୍ଷାର୍ଥୀ ମାନେ ୨୦୨୧ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ୍ ପେରେଡ୍‌ରେ ଆଇଏନ୍‌ଏସ୍ ଚିଲିକାରୁ ସ୍ନାତକ ହାସଲ କରିଥିଲେ । ଏହା ପ୍ରାରମ୍ଭିକ ପ୍ରଶିକ୍ଷକ ଅନୁଷ୍ଠାନର ୧୨ ସପ୍ତାହ କୃତକାର୍ଯ୍ୟ ପ୍ରଶିକ୍ଷଣର ଅଂଶବିଷେଶ । ଭାଇସ୍ ଆଡ୍‌ମିରାଲ୍ ଏ.କେ.ଚାୱଲା ଏହି କାର୍ଯ୍ୟକ୍ରମର ସମୀକ୍ଷା କରି ସ୍ମାର୍ଟ ଡ୍ରିଲ୍ ଓ ଗତିବିଧି ପାଇଁ ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ନିଜ ବୃତ୍ତିରେ ସର୍ବୋଚ୍ଚ ଡିଗ୍ରୀ ବୃତ୍ତୃିଗତତା, ଜ୍ଞାନ ଏବଂ ଦକ୍ଷତା ବିକାଶ ପାଇଁ ସମସ୍ତଙ୍କୁ ଆଡ୍‌ମିରାଲ ଚାୱଲା ଉତ୍ସାହିତ କରିଥିଲେ । ଏଥିରେ ଅଲବିନ୍ କେ ଭାରତୀୟ ନୌସେନା ମାଟ୍ରିକ୍ ନିଯୁକ୍ତି (ଏମ୍‌ଆର୍‌) ଏବଂ ଅକ୍ଷୟ କୁମାର ତଟ୍ଟରକ୍ଷକ (ଘରୋଇ ଶାଖା) ନିଜ ନିଜ ବର୍ଗର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ବିବେଚିତ ହୋଇଥିଲେ । ଏହି ଅବସରରେ ଏକ ଦ୍ୱିଭାଷୀ ଇ-ପତ୍ରିକା “ଅଙ୍କୁର” ଉନ୍ମୋଚିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ କଠୋର କୋଭିଡ୍‌-୧୯ ର ନିୟମ ପାଳନ କରି କରାଯାଇଥିବାର ଆଇଏନ୍‌ଏସ୍ ଚିଲିକା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।

Leave A Reply

Your email address will not be published.