ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଆରମ୍ଭ

198

ବଲାଙ୍ଗୀର : ବଲାଙ୍ଗୀରରୁ ବାହାରିଥିବା ନକଲି ସାର୍ଟିଫିକେଟ କେଳେଙ୍କାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଣାପଡ଼ିଲାଣି । ଏ ଭିତରେ ଘଟଣାକୁ ନେଇ ରାଜନୀତିକରଣ ବି ହୋଇସାରିଛି। ବିରୋଧୀ-ଶାସକ ସହ ବିଭିନ୍ନ ଦଳର ତୁଙ୍ଗନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ଫଟୋକୁ ନେଇ ବିଧାନସଭାକୁ ପ୍ରସଙ୍ଗ ପହଞ୍ଚିବା ପରେ ରାଜ୍ୟ ସରକାର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବଲାଙ୍ଗୀର ପୁଲିସ ଗତ ଗୋଟିଏ ସପ୍ତାହ ଧରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ କାର୍ପଟଦାର ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତାଙ୍କ ସମେତ ୧୯ ଜଣ ଏବେ ଜେଲ ଭିତରେ ଅଛନ୍ତି।

Leave A Reply

Your email address will not be published.