ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମହୁତି ଦେଇଥିବା ଜଗଦିଶ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିକ୍ଷୋଭ

165

ନୂଆପଡା : ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ଆତ୍ମହୁତି ଦେଇଥିବା ଜଗଦିଶ ଚୌହାନ ଜୀବନ ଯୁଦ୍ଧରେ ହାରିଯାଇଛିନ୍ତି । ସୂଚନା ମୁତାବକ ନୂଆପଡା ଜିଲ୍ଲା ସଦର ବ୍ଲକ୍‌ ଜୋଙ୍କ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଅତ୍ମାରାମ ହରିଜନଙ୍କ ପୁଅ ଜଗଦିଶ ଚୌହନା ଗତକାଲି ସଦରତହସିଲ କାର୍ଯ୍ୟାଳୟ ଭିତରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ତେବେ ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଦର ତହସିଲଦାର ଦେବେନ୍ଦ୍ର ରାଉତ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କ ଅବସ୍ଥା ସଂଘାତିକ ହେବାରୁ ତାଙ୍କୁ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାୟ ଭେଷଜ ମହାବିଦ୍ୟାଳୟକୁ ପଠାଯାଇଥିଲା । କିନ୍ତୁ ଜଗଦିଶ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ବୁର୍ଲାଠାରେ ତାଙ୍କର ସମସ୍ତ ପ୍ରକାରର ଚିକିତ୍ସା କରାଯିବା ସତ୍ତେ୍ୱ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ ଓ ପରିଶେଷରେ ଜଗଦିଶ ଆଖି ବୁଜି ଦେଇଥିଲେ ।

ପରେ ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ମୃତ ଶରୀରକୁ ତାଙ୍କ ନିଜ ପୈତୃକ ଗ୍ରାମ କଲ୍ୟାଣପୁରକୁ ଅଣାଯାଇଥିଲା । ତେବେ ଏହାକୁ ନେଇ ଜିଲ୍ଲାରେ ଉତ୍ତେଜନାର ବାତାବରଣ ଥିଲାବେଳେ ଜିଲ୍ଲାପାଳ ହେମକାନ୍ତ ସାୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସଦର ତହସିଲଦାର ଦେବେନ୍ଦ୍ର କୁମାର ରାଉତଙ୍କୁ କାର୍ଯ୍ୟରୁ ତତ୍‌କ୍ଷଣାତ ନିଳମ୍ବନ କରିବା ପାଇଁ ସରକାରଙ୍କୁ ସୁପାରିଶ କରିବା ସହ ଅତିରିକ୍ତ ଜିଲାପାଳ ଅଗସ୍ତି ପ୍ରଧାନଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ମଧ୍ୟ ନିଜ ଅଡୁ ତତ୍ପରତା ଦେଖାଇବା ସହ କାଲି ମୃତକଙ୍କ ମା’ଙ୍କ ଏତଲାକୁ ଭତ୍ତି କରି ଆଜି ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ଆଗକୁ ବଢାଇଛି । ନୂଆପଡା ଜିଲ୍ଲା ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା, ନୂଆପଡା ଉପଖଣ୍ଡିୟ ପୋଲିସ ଅଧିକାରି ପ୍ରଶାନ୍ତ ପଟ୍ଟନାୟକ ନିଜେ ଗଠନରା ତଦନ୍ତ କରୁଛନ୍ତି ।

ଏହା ବ୍ୟତିତ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଉପଜିଲାପାଳ ସୁବାସ ଚନ୍ଦ୍ର ରାଇତା ମଧ୍ୟ ମୃତକଙ୍କ ସମବେଦନା ଜଣାଇବା ସହ ତାଙ୍କ ସହ ପ୍ରଶାସନ ରହିଛି ଓ ଏହି ଘଟଣାର ସମ୍ପର୍ଣ୍ଣ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦଣ୍ଡ ବିଧାନ କରାଯିବ ବୋଲି ଅଶ୍ୱାସନା ଦେଇଛନ୍ତି । ସେହିପରି ଜିଲ୍ଲା ଗଣା ସମାଜର ଏକ ପ୍ରତିନିଧି ମଣ୍ଡଳି ମଧ୍ୟ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉକ୍ତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୁରଣ, ମୃତ ଜଗଦିଶଙ୍କ ସ୍ତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରୀ, ତାଙ୍କର ଦୁଇପୁଅ ଲୋକେଶ ଓ ତ୍ରିଲୋକଙ୍କୁ ଅନ୍ତତଃ ପକ୍ଷେ ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠ ପଢାଦାୟୀତ୍ୱ ସରକାର ବହନ କରୁ ବୋଲି ଦାବି ଉପସ୍ଥାପନ କରିଥିଲା ବେଳେ ଯେଉଁ ନିୟମ ପାଇଁ ଏକ ନିରିହ ଜୀବନ ଚାଲିଗଲା ଓଏଲଆର ୨୨ ନିୟମରେଯୋପରି ଦୁରୁପଯୋଗ ନହୁଏ । ସେଥିପ୍ରତି ମଧ୍ୟ ଧ୍ୟାନ ୍‌ଦେବାକୁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.