ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି କରୋନା- ଡିଏମଇଟି ନିର୍ଦେଶକ

160

ଭୁବନେଶ୍ୱର : ଓଡିଶାରେ କରୋନା ପ୍ଲାଟୋ ଷ୍ଟେଜରେ ଅଛି ବୋଲି କହିଛନ୍ତି ଡିଏମଇଟି ନିର୍ଦେଶକ ସିବିକେ ମହାନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ୫ ଦିନ ହେବ ସଂକ୍ରମଣ ସଂଖ୍ୟା ପାଖାପାଖି ସମାନ ରହୁଛି । ତେଣୁ ଏବେ ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ଆସିଲାଣି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଏହା ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି କରିପାରେ । ପ୍ଲାଟୋ ଷ୍ଟେଜକୁ ଆସିବା ପରେ ସଂକ୍ରମଣ ପରିସଂଖ୍ୟାନ କମିପାରେ । କିନ୍ତୁ ଆଗକୁ କଣ ହେବ ତାହା ଏବେଠୁ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ପଜିଟିଭ ସଂଖ୍ୟା ସ୍ଥିର କିମ୍ବା କମିପାରେ ବୋଲି ଆଶା କରାଯାଉଛି ।

ସେ କହିଛନ୍ତି ଯେ କରୋନା ସଂକ୍ରମଣ ଭିତରେ ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ ରାଜ୍ୟରେ ଆଇସିୟୁ ବେଡ କମିଯାଉଛି । ଏପରିକି ଲକ୍ଷଣବିହୀନ ଲୋକ ହସ୍ପିଟାଲରେ ଆଡମିଟ ହୋଇ ବେଡ ମାଡି ବସୁଛନ୍ତି । ଯାହାଦ୍ୱାରା ଜଣେ ଗୁରୁତର ରୋଗୀ ଆସିଲେ ମଧ୍ୟ ତାକୁ ବେଡ ମିଳିବାରେ ଅସୁବିଧା ଦେଖାଦେଇପାରେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଏହାସତ୍ୱେ ମଧ୍ୟ ରାଜ୍ୟରେ ଯଥେଷ୍ଟ ସଂଖ୍ୟାରେ ବେଡ ରହିଛି ଓ ଆଗକୁ ଯଦି ସଂକ୍ରମଣ ବଢେ ତେବେ ସେହି ଅନୁପାତରେ ଭେଣ୍ଟିଲେଟର ମଧ୍ୟ ବଢାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.