୧୪ ଜଣ ଛାତ୍ର ହଷ୍ଟେଲ ଛାଡିଥିବା ଘଟଣାରେ କାଟାମା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିଲମ୍ବନ

147

-ଅଧିକାରୀଙ୍କ ତଦନ୍ତ ପର୍ଯ୍ୟନ୍ତ ୩ ଛାତ୍ର ହଷ୍ଟେଲରେ ଅନୁପସ୍ଥିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକର କଟାମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ଗୃହରୁ ଖାଦ୍ୟ ନମିଳିବାରୁ ଗତ ଶନିବାର ଦିନ ସକାଳୁ ୧୪ ଜଣ ଛାତ୍ର ହଷ୍ଟେଲ ଛାଡିଥିଲେ । ଏହି ବିଷୟରେ ବ୍ଳକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ କୌଣସି ସୂଚନା ଦେଇନଥିଲେ ପ୍ରଧାନଶିକ୍ଷକ ଦେବରଞ୍ଜନ ସୁଆଳସିଂ । ଘଟଣା ଘଟିବାର ୨୪ ଘଣ୍ଟା ପରେ ହଷ୍ଟେଲ ଗୁହକୁ ୭ ଜଣ ଛାତ୍ର ଫେରିଥିବା ବେଳେ ରବିବାର ସନ୍ଧ୍ୟାରେ ଆଉ ୪ ଜଣ ଫେରିଥିଲେ । କିନ୍ତୁ ଏହା ମଧ୍ୟରେ ୬୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆଉ ୩ ଜଣ ଛାତ୍ର ହଷ୍ଟେଲକୁ ଫେରି ନାହାନ୍ତି ।

ଏହି ଖବର ପ୍ରକାଶନ ହେବାପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥଙ୍କ ନିର୍ଦ୍ଦେଶକ୍ରମେ ମୋହନା ବ୍ଲକ୍କ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ୨ ଜଣ ଅଧିକାରୀ କୁନା ପାତ୍ର, ନାରଶୁ କହଁର ଓ ବ୍ଳକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା ବିଦ୍ୟାଳୟକୁ ଯାଇ ସମସ୍ତ ବିଷୟରେ ତଦନ୍ତ କରି ଜିଲ୍ଲା ଅଧିକାରୀଙ୍କ ନିକଟକୁ ପଠାଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ପ୍ରଧାନଶିକ୍ଷକ ଶ୍ରୀ ସୁଆଳସିଂକୁ କାର୍ଯ୍ୟରୁ ନିଳମ୍ବନ କରିଛନ୍ତି । ଏହା ସହ ଛାତ୍ରମାନଙ୍କର ରହିଥିବା ଅଭିଯୋଗ ଖାଦ୍ୟ ଓ ହଷ୍ଟେଲ ଗୃହର ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.