କୋରାପୁଟ ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ୧୦୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

164

କୋରାପୁଟ : କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳର ଅତଣ୍ଡା ଓ ବାନୁର ଗ୍ରାମ ଜଙ୍ଗଲରେ ବିପୁଳ ପରିମାଣର କରାଯାଇଥିବା ଗଞ୍ଜେଇ ଚାଷକୁ ନଷ୍ଠ କରିଛି ପୋଲିସ ଓ ଅବକାରୀ ବିଭାଗ। ପାଡୁଆ, ନନ୍ଦପୁର, କୋରାପୁଟ ପୋଲିସ ଏବଂ ଅବକାରୀ ବିଭାଗ ସ୍ଥାନୀୟ ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ପ୍ରାୟ ୬୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରି ସାରିଲେଣି। ଯାହାର ମୂଲ୍ୟ ୬୦ କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି । ଏବଂ ସନ୍ଧ୍ଯା ସୁଧା ୧୦୦ ଏକର ଚାଷ ଜମିରୁ ଗଞ୍ଜେଇ ଗଛକୁ ନଷ୍ଟ କରିବାର ଲକ୍ଷ ରଖାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ଅପ୍ରେସନ ଗ୍ରୀନ କ୍ଳିନ ସକାଶେ ଏକ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ ଏବଂ ଆଜି ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି ପୂର୍ବରୁ ସେହି ସ୍ଥାନକୁ ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଡ୍ରନ କ୍ୟାମେରା ଦ୍ୱାରା ଆକଳନ କରାଯାଇଥିଲା । ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟରେ କିଛି ମାଓ ବାଦୀ ନିହତ ମଧ୍ୟ ହୋଇଥିଲ । ତେଣୁ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୋଲିସ ସମ୍ପୂର୍ଣ ଏସଓପି ପାଳନ ସହ ଡ୍ରୋନ ସାହାଯ୍ୟରେ ନଜର ରଖିବା, ବମ ସ୍କ୍ୱାଆଡେ ଏବଂ ତିନି ପ୍ଲାଟୁନ ପୋଲିସ ମୁତୟନ କରି କଡା ସୁରକ୍ଷା ମଧ୍ୟରେ ଗଞ୍ଜେଇ ଚାଷ ନଷ୍ଟ କରିବା ପ୍ରୟାସ ଜାରି ରଖିଛି ।

ନନ୍ଦପୁର ଏସଡ଼ିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ବହୁ ସଫଳତା ପାଇଛି। କିନ୍ତୁ ଏହି ସବୁଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କଲେ ଗଞ୍ଜେଇ ଚୋରା ଚାଲାଣ କାରବାରରେରେ ବହୁ ପରିମାଣରେ ରୋକ ଲାଗିପରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହା ଏକ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସମସ୍ତ ଏସଓପିକୁ ପାଳନ କରି ଅପ୍ରସନ ଗ୍ରୀନ କ୍ଳିନ ଜାରି ରହିଛି । ଏହି ଅଞ୍ଚଳରେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ ନଷ୍ଟ କରିବା ସହ କରାପୁଟ ଜିଲ୍ଲା କୁ ଗଞ୍ଜେଇ ମୁକ୍ତ କରାଯିବାର ଲକ୍ଷ ରଖିଥିବା ସେ କହିଛନ୍ତି । ନନ୍ଦପୁର ତହସିଲଦାରଙ୍କୁ ମାଜିଷ୍ଟେଟ ଭାବେ ଏହି ଅପରେସନ ଗ୍ରୀନ କ୍ଲିନର ଦାଇତ୍ୱ ପ୍ରଦାନ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରା ଯାଉଛି । ତହସିଲଦାର କହିଛନ୍ତି ଏହି ଅଞ୍ଚଳରେ କେତେ ପରିମାଣରେ ଗଞ୍ଜେଇ ଚାଷ ହୋଇଛି ଆକଳନ କରାଜିବ ଏବଂ ସରକାରୀ ଜମିରେ କେତେ ପରିମାଣର ଚାଷ କରାଯାଇଛି ତାହା ତଦନ୍ତ କରାଯାଇ ସେସବୁକୁ ନଷ୍ଟ କରାଯିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.