କୋରାପୁଟ: ଓଡିଶା ସରକାର ଶିକ୍ଷାର ଉନ୍ନତି କରଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଆସୁଛନ୍ତି । କୋରାପୁଟ ଏକ ଆଦିବାସୀ ଅଂଚଳ ହେଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସ୍କୁଲକୁ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସମସ୍ତ ସହଯୋଗର ହାତ ବଢ଼ାଇ ଦେଉଥିବା ସମୟରେ କୋରାପୁଟ ଜ଼ିଲ୍ଲା ଶିକ୍ଷା ବିଭାଗରେ ଅନିୟମିତତା ଦେଖିବା ପାଇଁ ମିଳୁଛି । ଶିକ୍ଷା ବିଭାଗର କୌଣସି ବାବୁ ମାନେ ଠିକ ସମୟରେ ଅଫିସ ଆସୁନଥିବାର ପରିଲକ୍ଷିତ ହେଉଛି । ଦିନ 11 ଘଟିକା ସମୟ ପର୍ଯ୍ୟନ୍ତ କୌଣସି ବ୍ଲକ ଶିକ୍ଷା ଅଧିକାରୀ ଅଫିସ ଖୋଲା ଥିବାର ଦେଖିବା ପାଇଁ ମିଳୁନି । କୋରାପୁଟ ଜ଼ିଲ୍ଲାରେ ଶିକ୍ଷା ବିଭାଗରେ କୌଣସି ତାଳ ମେଳ ରହୁନଥିବାର ଦେଖିବା ପାଇଁ ମିଳୁଛି । ସମଗ୍ର ଜ଼ିଲ୍ଲାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କୁ କୌଣସି ମୌଳିକ ଅଧିକାର ଦିଆଯାଉନାହିଁ । ସେମାନଙ୍କୁ ମାନସିକ ଚାପରେ ରଖାଯାଉଛି । ଯଦି କେହି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ପତିବାଦ କରୁଛି ତାକୁ ଚାକିରିରୁ ବାହାର କରିଦେବାର ଧମକ ମଧ୍ୟ ଦିଆ ଯାଉଥିବାର ଶୁଣିବା ପାଇଁ ମିଳୁଛି । ଶିକ୍ଷା ବିଭାଗର ଅଫିସ ବାବୁମାନେ ବିନା ପଇସାରେ କୌଣସି କାମ କରୁନଥିବାର ଶୁଣିବା ପାଇଁ ମିଳୁଛି । ଗତ ବର୍ଷ ଏହି ଭଳି ନିର୍ଯ୍ୟାତନା ସହି ନ ପାରି ଜଣେ ସାଧୁବାଦ ଶିକ୍ଷକ ଜ଼ିଲ୍ଲା ଶିକ୍ଷା ଅଧିକାରୀ ବାସଭବନରେ ରଶି ଲଗାଇ ଆତ୍ମ ହତ୍ୟା କରିଥିଲେ । କୋରାପୁଟ ଜ଼ିଲ୍ଲା ଶିକ୍ଷା ବିଭାଗ ଉପରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ପଡିଲେ ଆଗାମୀ ଦିନରେ କୋରାପୁଟ ଜ଼ିଲ୍ଲାରେ ଶିକ୍ଷା ବିଭାଗର ଉର୍ନ୍ନତି ହେଇପାରିବ ।
Sign in
Sign in
Recover your password.
A password will be e-mailed to you.