ସ୍ୱାଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ ଓ ମାଓ ସାମଗ୍ରୀ ଉଦ୍ଧାର

160

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମିଳିିଛି ବଡ଼ ଧରଣର ସଫଳତା । ଚିତ୍ରକୋଣ୍ଡା ବ୍ଲକ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ୫ କେଜି ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି ବିଏସ୍‌ଏଫ୍‌ ଯବାନ ମାନେ । ଏଥିସହ ମାଓବାଦୀଙ୍କ ପୋଷାକ, ପଲିଥିନ, ମଲ୍ଟିମିଟର, ଓ୍ବାକିଟକି ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ପଣସପୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ ବିଏସ୍‌ଏଫ୍‌ ଯବାନ ମାନେ । ଏହି ସମୟରେ ଏକ ଡ୍ରମ୍‌ରେ ପୋତା ହୋଇ ରଖାଯାଇଥିବା ୫ କେଜି ଓଜନର ଲ୍ୟାଣ୍ଡ ମାଇନର ସନ୍ଧାନ ମିଳିଥିଲା । ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀ ଲ୍ୟାଣ୍ଡ ମାଇନ୍ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିବା ପରେ ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରାଯିବ ।

Leave A Reply

Your email address will not be published.