ଚୀନ୍ ର ଲଦାଖ ଚାଲ୍: ଆଲର୍ଟରେ ଭାରତ
ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବ ଲଦାଖର ଚୁଶୂଲ ସେକ୍ଟର୍ ଅନ୍ତର୍ଗତ ଗୁରୁଙ୍ଗ ପାହାଡ଼ ପାଖରୁ ଭାରତ ଧରିଥିବା ଚୀନର ଜଣେ ସୈନିକଙ୍କୁ ତୁରନ୍ତ ଫେରାଇ ଦେବାକୁ ଚୀନ୍ କହିଛି । ଚୀନ୍ ସେନାର ଦୈନିକ ସମ୍ବାଦପତ୍ର “ପିଏଲ୍ଏ ଡେଲି’ ଦ୍ୱାରା ପରି·ଳିତ ନିଉଜ୍ ପୋର୍ଟାଲ୍ “ଦି ·ଇନା ମିଲିଟାରି ଅନ୍ଲାଇନ୍’ ଶନିବାର ଦିନ କହିଛି ଯେ,ଅନ୍ଧାର ଏବଂ ଜଟିଳ ଭୌଗୋଳିକ ଯୋଗୁଁ ସେହି ସୈନିକ ଜଣକ ବାଟବଣା ହୋଇଯାଇଥିଲେ । ଅନ୍ଧକାର ଏବଂ ଜଟିଳ ଭୌଗୋଳିକ ସ୍ଥିତି ଯୋଗୁଁ “ଚୀନା ପିପୁଲସ୍ ଲିବରେସନ୍ ଆର୍ମି’ର ସୀମାନ୍ତ ପ୍ରତିରକ୍ଷା ବଳର ଜଣେ ସୈନିକ ଶୁକ୍ରବାର ପ୍ରତ୍ୟୁଷରେ ଚୀନ୍-ଭାରତ ସୀମାନ୍ତରେ ବାଟବଣା ହୋଇଯାଇଥିଲେ । ବାଟବଣା ହୋଇଯାଇଥିବା ଚୀନା ସୈନିକଜଣକୁ ଖୋଜି ଉଦ୍ଧାର କରିବାକୁ ଭାରତୀୟ ସେନା ସହାୟତା କରିବ ବୋଲି ଆଶା କରି ପ୍ରଥମଥର ଲାଗି “ଚୀନା ପିପୁଲସ୍ ଲିବରେସନ୍ ଆର୍ମି’ ଭାରତୀୟ ପ୍ରତିପକ୍ଷଙ୍କୁ ଅବଗତ କରାଇଥିଲା । ଏଥିରେ ଆହୁରି
ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ସୈନିକଜଣକ ନିଖୋଜ ହେବାର ପ୍ରାୟ ଦୁଇଘଣ୍ଟା ପରେ ଧରାପଡ଼ିଥିବା କଥା ଭାରତ ସୁନିଶ୍ଚିତ କରିଛି । ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ନିର୍ଦ୍ଦେଶ ମିଳିଲେ ଅଟକ ଥିବା ଚୀନା ସୈନିକଙ୍କୁ ଚୀନକୁ ହସ୍ତାନ୍ତର କରାଯିବ ବୋଲି ଭାରତ କହିଥିବା ଉକ୍ତ ନିଉଜ୍ ପୋର୍ଟାଲରେ ଉଲ୍ଲେଖ ଅଛି । ଏଥିସହ “ଚୀନା ମିଲଟାରି ଅନଲାଇନ୍’ ଲେଖିଛି ଯେ, ଭାରତୀୟ କର୍ତ୍ତୃପକ୍ଷମାନେ ସୈନିକଜଣଙ୍କୁ ତୁରନ୍ତ ହସ୍ତାନ୍ତର କରିବା ସହ ସୀମାନ୍ତ ଅଞ୍ଚଳରେ ଉଭୟପକ୍ଷ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉଚିତ । ଏହା ଚୀନ୍ର ଏପରି ଚାଲାକିକୁ ଭାରତ ବୁଝିବାରେ ଆଉ ବାକି ନାହିଁ । ଆଉ କେଉଁ କେଉଁ ସ୍ଥାନରେ ଚୀନ୍ ସୈନିକ ଅନୁପ୍ରବେଶ କରୁଛନ୍ତି ସେନା ପକ୍ଷରୁ ସେଥିନେଇ ଅନୁସନ୍ଧାନ ଚାଲିଛି । ଏଥିସହିତ ଭାରତୀୟ ସେନା ଆଲର୍ଟ ରହିଛି ।