ପ୍ରାଇଭେଟ୍ ହସ୍ପିଟାଲକୁ ଟୀକାରଣ ଅନୁମତି ପାଇଁ କେନ୍ଦ୍ରକୁ ଚିଠି

186
ଭୁବନେଶ୍ୱର:  ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଥିବା ପ୍ରାଇଭେଟ୍ ହସ୍ପିଟାଲ ଗୁଡିକୁ କୋଭିଡ୍ ଟୀକାକରଣ ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏହିପରି ୧୮୩ଟି ଘରୋଇ ହସ୍ପିଟାଲକୁ କୋଭିଡ୍ -୧୯ ଟୀକାକରଣ ସେସନ୍ ସାଇଟ୍ ଭାବେ ଅନୁମତି ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣଙ୍କୁ ଶ୍ରୀ ମହାପାତ୍ର ଚିଠି ଲେଖି ଅନୁରୋଧ କରିଛନ୍ତି । ଏହାସହ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିବା ଚିଠିରେ ଜଣାଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଥିବା ଘରୋଇ ହସ୍ପିଟାଲ ଗୁଡିକୁ ଟୀକାକରଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ।
Leave A Reply

Your email address will not be published.