କୁନି କୁନି ତାରକା କବିତା ସଂକଳନ ଲୋକାର୍ପିତ, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତ ଆସର

166

ଭଦ୍ରକ : ଶିଶୁ ସାହିତି୍ୟକା ମମତା ରାଣୀ ଦାଶଙ୍କ ଶିଶୁ କବିତା ସଂକଳନ ‘କୁନି କୁନି ତାରକା’ ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣୀନଗର ଠାରେ ଅନୁଷ୍ଠିତ ‘ସଂକ୍ରାନ୍ତି ଆସର’ ସାହିତ୍ୟ ଉତ୍ସବରେ ଲୋକାର୍ପିତ ହୋଇଯାଇଛି । ପରିଷଦର ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରରେ ବିଶିଷ୍ଟ ନାଟ୍ୟକାର ତଥା ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ସୁଧାକର ନନ୍ଦ ମୁଖ୍ୟ ଅତିଥି, ବିଶିଷ୍ଟ ପ୍ରାବନ୍ଧିକ ପ୍ରାଧ୍ୟାପକ ଡ. କ୍ଷୀରୋଦ ଚନ୍ଦ୍ର ସାମଲ ମୁଖ୍ୟବକ୍ତା, ପ୍ରଫେସର ଅଟଳ ବିହାରୀ ନାୟକ, ଅଧ୍ୟାପକ ନୀହାର ରଂଜନ କର ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭଦ୍ରକ ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ କୃପାସିନ୍ଧୁ ନାୟକ ଲୋକାର୍ପିତ ହୋଇଥିବା ପୁସ୍ତକର ସମୀକ୍ଷା କରିଥିଲେ ।

ଏହି ଅବସରରେ ଜାନକୀ ପାଢୀ ଓ ରଶ୍ମିତା ଦାଶଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ମନୋରମା ରାୟ କବିତା ଗୁଡ଼ିକୁ ସମୀକ୍ଷା କରିଥିଲେ । ପରିଷଦର ସମ୍ପାଦକ ଡା. ଅନିଲ କୁମାର ଦାଶ ସଂପାଦକୀୟ ବକ୍ତବ୍ୟ ରଖିଥିଲା ବେଳେ କବୟିତ୍ରୀ ମମତାରାଣୀ ଦାଶ ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ । ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଡ୍ଭୋକେଟ ଅମିତାବାଳା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଆବାହକ ବିଜୟ ବହଳୀ ଓ ଅଂଶୁମାନ ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆସରରେ ଶିକ୍ଷାବିତ୍ ଗୟାଧର ପଣ୍ଡା, ହରମୋହନ କୁଅଁର, ନାଟ୍ୟଶ୍ରୀ ନିର୍ମଳ ରାଉତ, କାଳନ୍ଦୀ ମଲ୍ଲିକ, କଳକାକାର ମନୋଜ ପଣ୍ଡା, ବିପ୍ଳବ ହୋତା, ଦୟାନିଧି ବେହେରା, ଶଶାଙ୍କ ଶେଖର ପଣ୍ଡା, ଅରୂପାନନ୍ଦ ନାୟକ, ଡା. ଚିତ୍ତରଂଜନ ମହାପାତ୍ର, ଉମାକାନ୍ତ ମହାଳିକ, ବସନ୍ତ ପାତ୍ର, ପୁରୁଷୋତ୍ତମ ଧଳ, ମନୋଜ କୁମାର ଜେନା, ପ୍ରାଧ୍ୟାପିକା ପ୍ରମୋଦା କୁମାରୀ ମହାପାତ୍ର, ଡା. ରିବନାରାୟଣ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିବା ସହ କବିତା ପାଠ କରିଥିଲେ ।

Leave A Reply

Your email address will not be published.