ଟ୍ରାଫିକ୍ ନିୟମ ନମାନିଲେ ଘରକୁ ଯିବ ଲଭ୍ ଲେଟର

165
– ସିସିଟିଭି ଦେଖି କଟାଯାଉଛି ୩୫୦ ଚାଲାଣ 
ଭୁବନେଶ୍ୱର: ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନେ ଭାବୁଛନ୍ତି କି ପୋଲିସ ସେମାନଙ୍କୁ ଦେଖିପାରୁ ନାହିଁ । ମାତ୍ର ସେମାନଙ୍କୁ ପ୍ରତି ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ୟାମେରା ଜଗିଛ । ଏହାକୁ ଆଧାର କରି ଆଇନ ଉଲ୍ଲଂଘନକାରୀଙ୍କ ଘରକୁ ଚାଲାଣ ପଠାଯାଉଛି ବୋଲି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ପୋଲିସ୍ କମିଶନର ଡ.ସୁଧାଂଶୁ ଷଢ଼ଙ୍ଗୀ କହିଛନ୍ତି ।
ସେ କହିଛନ୍ତି ଏବେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଟ୍ରାଫିକ ନିୟମ ମାନୁ ନାହାନ୍ତି । ସେମାନେ ଅପେକ୍ଷା କରିଛନ୍ତି ଆମକୁ କେବେ ମାମୁଁ ଧରିବ ଆଉ ଲଭ୍ ଲେଟର ଦବ,ତା’ପରେ ସେମାନେ ସଚେତନ ହେବେ ।
ସିସିଟିଭି ଦେଖି ପ୍ରତ୍ୟେକ ଦିନ ୩୫୦ଟି ଚାଲାଣ କଟା ଯାଉଛି । ଆଗାମୀ ଦୁଇରୁ ତିନି ମାସ ଭିତରେ ଏ ସଂଖ୍ୟା ଆହୁରି ବଢ଼ିବ । ଯେବେଠୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇ ଜରିମାନା ଆଦାୟ କରାଯାଉଛି ପାଖାପାଖି ଏହି ଏକ ବର୍ଷ ମଧ୍ୟରେ କଟକ ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି । ଆପଣ ଭାବନ୍ତୁନି ଟ୍ରାଫିକ ନିୟମ ଉଲଂଘନ କରି ଆପଣ ବଂଚିଯିବେ । କେବେ ନା କେବେ ଆପଣଙ୍କୁ ଆମେ ଧରିବୁ ଓ ଲଭ ଲେଟର ଦେବୁବୋଲି ସେ କହିଛନ୍ତି ।
Leave A Reply

Your email address will not be published.