ଭୁବନେଶ୍ୱର: ମାହାଙ୍ଗା ଥାନା ନୃତାଙ୍ଗ ପଂଚାୟତ ଯଂକୋଟି ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ନୃତାଙ୍ଗ ଗ୍ରାମର ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ପ୍ରଵାରୀ କୁଳମଣି ବରାଳଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ତାଙ୍କ ସହ ତାଙ୍କର ଜଣେ ସହଯୋଗୀ ଦିବ୍ୟ ସିଂ ବରାଳଙ୍କୁ ଆକ୍ରମଣ କରିବା ଦ୍ୱାରା ସେ ଗୁରୁତର ହୋଇ କଟକ ବଡ ମେଡିକାଲ କୁ ସ୍ଥାନାଂତର ହୋଇଥିବା ଜଣା ଯାଇଛି । ସେ ଘରକୁ ତାଙ୍କ ସହଯୋଗୀ ସହ ଶୁକନଇ ବନ୍ଧ ରାସ୍ତାରେ ଘରକୁ ଫେରୁଥିବା ବେଳେ ତାଙ୍କୁ ସଂଗବଧ ଭାବେ ୬ ରୁ ଉର୍ଦ୍ଧ ଲୋକ ମାରାଣା ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଉଭୟଙ୍କୁ ଚିକିତ୍ସା ନିମନ୍ତେ ମାହାଙ୍ଗା ମେଡିକାଲ ଆମ୍ବୁଲାନ୍ସରେ ଅଣାଯାଇଥିବାବେଳେ କୁଳମଣି ବରାଳ ମୃତ୍ୟୁ ବରଣ କରିଥିବ ଜଣାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ଥିବାରୁ ପୋଲିସ ମୁତୟନ କରାଯାଇଛି ।
ଘଟଣା ସ୍ଥଳରେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ, ଓ ସାଲେପୁର ବିଜେପି ନେତା ପ୍ରକାଶ ବେହେରା, କଟକ ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସିନି ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମାହାଙ୍ଗା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।
ଏହି ଘଟଣାକୁ ନେଇ ଆଇନମନ୍ତ୍ରୀ କହିଛନ୍ତି ଯେ, “ଏହି ହତ୍ୟାକୁ ଯେତେ ନିନ୍ଦା କଲେ ସେତେ କମ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବ୍ୟଶକ । ମୁଁ ନିଜେ ଦୃଷ୍ଟି ଦେବି କିପରି ସେମାନେ ଗିରଫ ହେବେ । ବିଜେପି ଆମ ରାଜ୍ୟରେ ଆମ ବିରୋଧୀ ଦଳ ଭାବେ କହିବ ନିଶ୍ଚୟ । କିନ୍ତୁ ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ହେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ । ତେଣୁ ତାଙ୍କର ମୋ ସହ ଭେଟ ହୋଇଛି କିନ୍ତୁ ଏହି ହତ୍ୟାକାଣ୍ଡ ପୂର୍ବରୁ । ତେଣୁ ମୋ ସହିତ ଫୋଟୋ ରହିବା ସ୍ୱାଭାବିକ । ଏହାକୁ ନେଇ ବିରୋଧିଙ୍କ ଆକ୍ଷେପ ସମ୍ପୂର୍ଣ୍ଣ ଭୁଲ ।”
ଏଣେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାହାଙ୍ଗା ରାଜନୈତିକ ହତ୍ୟାକାଣ୍ଡକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହି ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, କୁଳମଣି ବାବୁ ପୂର୍ବରୁ କଂଗ୍ରେସ ଥିଲେ କିଛି ବର୍ଷ ତଳେ ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟରେ ନାରୀ ନିର୍ଯ୍ୟାତନ ଏବଂ ରାଜନୈତିକ ହତ୍ୟାକାଣ୍ଡ ବଢ଼ି ଚାଲିଛି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି।