ଜୁଲାଇରୁ ଆରମ୍ଭ ହେବ ମେଜର ଲିଗ୍‌ କ୍ରିକେଟ୍‌

175

ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହେବ କିକ୍ରେଟ୍‌ । ଜୁଲାଇରେ ମେଜର ଲିଗ୍‌ କ୍ରିକେଟରନ ପ୍ରଥମ ସିଜିନ ୨୦୨୩ରେ ଖେଳାଯିବ । ପ୍ରଥମ ସିଜିନ ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୬ଟି ଟିମ୍‌ ଭାଗ ନେବେ । ଏଥିମଧ୍ୟରୁ ୪ଟି ଟିମ୍‌ ଆଇପିଏଲ ଫ୍ରାଞ୍ଚାଇଜର ରହିବ । ଲିଗର ଆରମ୍ଭ ୨୦୨୩ରେ ହେବ ।

ଆଇପିଏଲ୍‌ ଫ୍ରାଞ୍ଚାଇଜ ମଧ୍ୟରେ କୋଲକତା ନାଇଟ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରମୁଖ ଟିମ୍‌ ସାମିଲ ରହିବେ । ଏହି ସିଜିନର ପ୍ରଥମ ମ୍ୟାଚ ଜୁଲାଇ ୧୩ରୁ ଆରମ୍ଭ ହେବ । ଟେକ୍ସାସର ଗ୍ରାଣ୍ଡ ପେୟରୀ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ପ୍ରଥମ ସିଜିନର ୧୮ ଦିନରେ ୧୯ଟି ମ୍ୟାଚ୍‌ ଖେଳାଯିବ ।

ଲିଗର ଫାଇନାଲ ମ୍ୟାଚ୍‌ ୩୦ ଜୁଲାଇରେ ଖେଳାଯିବ । କେକେଆର ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇ ଲସ୍‌ ଆଞ୍ଜେଲସ୍‌ ଟିମକୁ କିଣିଥିଲା । ଏହାଛଡା ମୁମ୍ବାଇ ଫ୍ରାଞ୍ଚଇଜ ନ୍ୟୁୟର୍କ, ଚେନ୍ନାଇ ଫ୍ରାଞ୍ଚଇଜ ଡାଲାସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡାଲ ସହିତ ପାର୍ଟନରସିପ କରି ସିଏଟଲ ଓରକାସକୁ କିଣିଛି ।

ଲିଗରେ ଭାଗ ନେଇଥିବା ସମସ୍ତ ଟିମରେ ୯ ଜଣ ଲୋକାଲ ଖେଳାଳି ଏବଂ ବାକି ଅନ୍ୟମାନେ ବିଦେଶୀ ଖେଳାଳି ରହିବେ । ଏହି ଲିଗ୍‌ ପାଇଁ ପ୍ରଥମ ସିଜିନରେ ହୋଇଥିବା ଡ୍ରାଫ୍ଟରେ ୧୦୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ । ଏହି ଲିଗକୁ ନେଇ ଫ୍ୟାନ୍ସ ବେଶ୍‌ ଉତ୍ସାହିତ ରହିଛନ୍ତି ।

Leave A Reply

Your email address will not be published.