୨୩୫ କେଜି ଗଞ୍ଜେଇ ଜବତ

151

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସକୁ ମିଳିଛି ବଡ ସଫଳତା । ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣର କରିଛି ପର୍ଦାଫାଶ । କୌଣସି ସୂତ୍ରରୁ ଖବର ପାଇ କାଲିମେଳା ପୋଲିସ କାଲିମେଳା ବ୍ଲକ ଅନ୍ତର୍ଗତ ଚିନ୍ତାଲୱାଡା ଗ୍ରାମପଞ୍ଚାୟତ ନିକଟସ୍ଥ ପରଜାଗୁଡା ଗାଁକୁ ଯାଇଥିଲେ । ଏହି ସମୟରେ ତିନି ଜଣ ଗଞ୍ଜେଇ ବେପାରୀଙ୍କ ନିକଟରେ ଗଞ୍ଜେଇ ଥିବାର ଖବର ପାଇ ପୋଲିସ ଟିମ୍ ଚଢ଼ଉ ପାଇଁ ପହଞ୍ଚିଥିବା ବେଳେ ଖବର ପାଇ ଉକ୍ତ ଗଞ୍ଜେଇ ଚୋରାଚାଲାଣ କରୁଥିବା ତିନି ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୨୩୫ କେଜି ଗଞ୍ଜେଇ ଜବତ କରିବା ସହିତ କେସ ନମ୍ବର ୧୮୭/୨୦୨୧ ରେ ଧାରା 20 b (ii)(c)NDPS ରେ ମାମଲା ରୁଜୁ କରିଛି ପୋଲିସ । ଏହି ଗଞ୍ଜେଇ ଚୋରାଚାଲାଣ ପଛରେ କାହାର ହାତ ରହିଛି ସେନେଇ ଅଧିକ ତଦନ୍ତ ଚଳାଉଥିବାର କାଲିମେଳା ପୋଲିସ ଥାନା ଭାରପ୍ରାପ୍ତ ଅଧୀକାର ଜଗଦିଶ ବାରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.