ମାଲକାନଗିରି ଜିଲ୍ଲାର ଅଧ୍ୟାପକ ଡ଼.ରଞ୍ଜନ କୁମାର ସ୍ବାଇଁ ଙ୍କୁ ଜିଲ୍ଲା କମାଣ୍ଡାଣ୍ଟ ଭାବେ ମନୋନୀତ

187

ମାଲକାନଗିରି : ପ୍ରେରଣା ଆନ୍ତର୍ଜାତିୟ ସବୁଜ ସୈନ୍ୟ ତରଫରୁ ମାଲକାନଗିରି ମହାବିଦ୍ୟାଳୟ ର ଅଧ୍ୟାପକ ଡ଼.ରଞ୍ଜନ କୁମାର ସ୍ବାଇଁ ଙ୍କୁ ଜିଲ୍ଲା କମାଣ୍ଡାଣ୍ଟ ହିସାବରେ ମନୋନୀତ କରିଛନ୍ତି।ପ୍ରେରଣା ଆନ୍ତର୍ଜାତିୟ ସବୁଜ ସୈନ୍ୟ ର କମାଣ୍ଡାଣ୍ଟ ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନ ଡ଼.ସ୍ବାଇଁ ଙ୍କ ପରିବେଶ, ସବୁଜ ବିପ୍ଲବୀ, ବୃକ୍ଷ ବା ଚାରା ରୋପଣ ସଚେତନତା କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ଏହି କାର୍ଯ୍ୟ କ୍ରମକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଡ଼.ସ୍ବାଇଁ ଙ୍କୁ ମାଲକାନଗିରି ଜିଲ୍ଲା ପାଇଁ ଜିଲ୍ଲା କମାଣ୍ଡାଣ୍ଟ ହିସାବରେ ମନୋନୀତ କରିଥିବାରୁ ମାଲକାନଗିରି ମହାବିଦ୍ୟାଳୟ ତରଫରୁ ତାଙ୍କୁ ଏକ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।ଏହି କାର୍ଯ୍ୟ କ୍ରମରେ ଇଂରାଜୀ ବିଭାଗର ମୁଖ୍ୟ ତଥା ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟ ଅଧ୍ୟୟନ କେନ୍ଦ୍ର ର ସଂଯୋଜକ ଉମେଶ ଚନ୍ଦ୍ର ରାଉତ ,ଶିକ୍ଷା ବିଭାଗ ମୁଖ୍ୟ ଗୌତମ ନାୟକ ,ପ୍ରମୀୟ କୁମାର ମହାନ୍ତି, ଜାତୀୟ ସେବା ଯୋଜନା ଅଧିକାରୀ ତପନ କୁମାର ବେହେରା, ଓଡ଼ିଆ ବିଭାଗ ମୁଖ୍ୟ ପ୍ରଦୀପ ଓରାମ, ଶୁସାନ୍ତ ମାଝି,, ଏନ.ସି.ସି ଅଧିକାରୀ ବି.ଗୁପ୍ତେଶ୍ବର ରାଓ,ବାଣିଜ୍ୟ ଅଧ୍ୟାପକ, ଛାତ୍ର ଛାତ୍ରୀ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପୁଷ୍ପ ଗୁଛ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି କାର୍ଯ୍ୟ କ୍ରମକୁ ସୁଚାରୁ ରୁପେ ପାଳନ କରି ଜିଲ୍ଲାରେ ପ୍ରଚାର ଓ ପ୍ରସାର କରିବା ପାଇଁ ଡ଼.ସ୍ବାଇଁ ଙ୍କୁ ମନୋନୀତ କରିଥିବାରୁ ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.