ମାଲକାନଗିରି ପୋଲିସକୁ ମିଳିଛି ଆଉ ଏକ ସଫଳତା

173

ମାଲକାନଗିରି : ଗତ ୨ ଦିନ ପୂର୍ବେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳରୁ ଦୁଇ ହାର୍ଡକୋର ମାଓବାଦୀ ଦୁବାସୀ ଶଙ୍କର ଓ ମହେନ୍ଦ୍ରକୁ କୋରାପୁଟ ପୋଲିସ ଗିରଫ କରିଥିଲା । ତେବେ ଏହି ମାଓବାଦୀ ମାନଙ୍କୁ ଜେରା କରିବା ପରେ କୁମାଖାରୀ ଓ ବଦଲି ପାହାଡରେ ଆନ୍ଧ୍ର ଓଡିଶା ଜୋନାଲ କମିଟିର ମିଲିଟାରୀ ମାଓବାଦୀ ସୁରେଶ ସୁରାନା ଏକ ମାଓକ୍ୟାମ୍ପ କରି ରହିଥିବା କହିଥିଲେ । ଏହାପରେ ମାଲକାନଗିରି ଏସଓଜି, ଡିଭିଏଫ, ବିଏସଏଫ ଜବାନ ମାନେ ସେହି ଅଞ୍ଚଳରେ କୁମିଙ୍ଗ ଅପରେସନ କରିବାକୁ ବାହାରିଥିଲେ । କୁମିଖାରୀ ଓ ବଦଲି ପାହାଡରେ କୁମିଙ୍ଗ କରୁଥିବା ସମୟରେ ମାଓବାଦୀ ମାନେ ଜବାନ ମାନଙ୍କୁ ଦେଖି ଗୁଳିଚାଳନା କରିଥିଲେ । ଏହାର ପାଲଟା ଜବାବରେ ଜବାନ ମାନେ ମଧ୍ୟ ଗୁଳିଚାଳନା କରିଥିଲେ । ଜବାନ ମାନଙ୍କ ସହ ମୁକାବିଲା କରି ନ ପାରି ମାଓବାଦୀ ମାନେ ଘଞ୍ଚ ଜଙ୍ଗଲର ଆଡ ଦେଖାଇ ପଳେଇ ଯାଇଥିଲେ । ଗୁଳିବିନିମୟ ପରେ ସେହି ଅଞ୍ଚଳରେ ସର୍ଚ ଅପରେସନ କରୁଥିବା ସମୟରେ ଗୋଟେ ୩ ନଟ ୩, ଡେଟନେଟର, ମାଓ ବ୍ୟାନର, କିଟ ବେଗ, ୩୦୩ ରେ ବ୍ୟବହୃତ ଗୁଳି ସହ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ତେବେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆ ଯାଇଛି । ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ଦିଆଯିବ ବୋଲି ମାଲକାନଗିରି ଏସ୍ ପି ପ୍ରହଲ୍ଲାଦ ସହାଇ ମିନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.