ବିଏସଏଫ ପକ୍ଷରୁ ଉଦୟ ଦିବସ ପାଳିତ

152

ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମା ବିଏସଏଫ୍ ଯବାନଙ୍କ ତରଫରୁ ୫୭ତମ ବିଏସଏଫ ଉଦୟ ଦିବସ ପାଳିତ ହୋଇଯାଇଛି । ମାଲକାନଗିରି ବିଏସଏଫ୍ ଉପ ଆରକ୍ଷୀ ମହାନିର୍ଦେଶକ ( ଡିଆଇଜି ) ସଞ୍ଜୟ କୁମାର ସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତରେ ପ୍ରଥମେ ଡିସେମ୍ବର ୧ ତାରିଖ, ୧୯୬୫ରେ କେବଳ ୨୫ ଯବାନଙ୍କୁ ନେଇ ପ୍ରଥମ ୧୯୩ ବାଟାଲିୟନ ଆରମ୍ଭ ହୋଇଥିଲା । ସେହି ସମୟରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟ । ଏହି ଯବାନ ସେହି ସମୟରେ ମୋଟ୍ ୬୩୮୫ କିଲୋମିଟର ସ୍ଥଳ ଭାଗରେ ସୀମା ସୁରକ୍ଷା ବାହିନୀ ଭାବେ କାର୍ଯ୍ୟରତ ଥିବା ସହ ପାକିସ୍ଥାନ ଓ ବାଙ୍ଗଲାଦେଶ ସୀମାନ୍ତରେ ସୁରକ୍ଷା ଦେଉଥିଲେ । ଏହି ସୁରକ୍ଷା ବାହିନୀ ୫୬ ବର୍ଷ ପୂର୍ତ୍ତି କରି ବର୍ତ୍ତମାନ ୫୭ ବର୍ଷରେ ପଦାର୍ପଣ କରିଛନ୍ତି ।

ମାଲକାନଗିରି ଜିଲାରେ ୨୦୧୦ ମସିହାରେ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବହୁ ଯବାନ ମାଲକାନଗିରି ଜିଲାରେ ସୁରକ୍ଷା ଦେଇ ନିଜର ପ୍ରାଣବଳୀ ଦେଇଛନ୍ତି । ସ୍ବାଭିମାନ ଅଞ୍ଚଳରେ ଗୋରାସେତୁ ,ଯୋଡ଼ାମ୍ବ , ମହୁପଦର ଅଞ୍ଚଳରେ ନୂତନ ବିଏସଏଫ୍ ଶିବିର ପ୍ରତିଷ୍ଠା ହୋଇଛି । ଲୋକଙ୍କୁ ସୁରକ୍ଷା ସହ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ସୁରକ୍ଷା ଦେଇ ଆସୁଛନ୍ତି ଯବାନ । ବର୍ତ୍ତମାନ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରି ଆସୁଥିବା ବେଳେ ଏହି ଦିଗରେ ବିଏସଏଫ ଯବାନ ନିଜକୁ ଗର୍ବିତ ମନେ କରୁଛନ୍ତି । ଆଗାମୀ ଦିନରେ ମାଲକାନଗିରି ଜିଲାରେ ଆହୁରି ବହୁ ଉନ୍ନୟନମୂଳକ କାର୍ଯ୍ୟରେ ସହାୟକ ହେବା ସହ ସମସ୍ତଙ୍କୁ ସୁରକ୍ଷା ଯୋଗାଇଦେବେ ବୋଲି ସେ ପ୍ରକାଶ କରିଛନ୍ତି । ଏହିଅବସରରେ ଶ୍ରୀ ସିଂ ବଣ୍ଡା, କୋୟା ଜନଜାତିର ଆଦିବାସୀଙ୍କୁ ଫଳ ବଣ୍ଟନ କରିଥିଲେ ।

Leave A Reply

Your email address will not be published.