-୨ ଜବାନ ଆହତ ଏଆର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କଲେ ଡିଜି ନିଜେ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳର ଉମା ଜଙ୍ଗଲରେ କୁମ୍ବିଙ୍ଗ ବେଳେ ମାଓବାଦୀ ଓ ଜବାନ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗୁଳି ବିନିମୟ ରେ ଦୁଇଜଣ ଜବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ଦିଆଯାଇଛି । ଏହାପରେ ସେମାନଙ୍କୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅଭିୟ ନିଜେ ପହଞ୍ଚି ଏଆର ଆମ୍ବୁଲାନ୍ସରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରିଛନ୍ତି । ସେମାନଙ୍କୁ ଭୁବନେଶ୍ବରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ବର୍ତ୍ତମାନ ସୁଦ୍ଧା ଉମା ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ଜୋରଦାର ଭାବରେ କରାଯାଉଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ମାଓବାଦୀ ମାନଙ୍କ ଗତିବିଧି ଥିବା ନେଇ ସୂଚନା ମିଳିବା ପରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲଙ୍କ ନିଦ୍ଦେର୍ଶ କ୍ରମେ ଏସ. ଓ. ଜି ଏବଂ ଡିଭିଏଫ ଜବାନଙ୍କ ମିଳିତ ଭାବେ କମ୍ବିଂ ଅପରେଶନ ଜାରି କରାଯାଇଥିଲା । ଏହି ଅବସରରେ ଘଟଣା ସ୍ଥଳରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ହୋଇଥିଲା ।