ପୁରୀ : ଚଳିତ ମାସ ୨୪ ତାରିଖରେ ମହାପ୍ରଭୁ ମହାବାହୁଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ । ହାତୀବେଶରେ ଶ୍ରୀବିଗ୍ରହମାନେ ସଜ୍ଜିତ ହେବେ । ଗତଥର ପରି ଏଥର ମଧ୍ୟ ଭକ୍ତଙ୍କ ଅନୁପସ୍ଥିତିରେ ଯାତ୍ରା ଅନୁଷ୍ଠିତ ହେବ ।କେବଳ ପାଳିଆ ସେବାୟତ, ଡିଉଟିରେ ଥିବା ଶ୍ରୀମନ୍ଦିର କର୍ମଚାରୀ, ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତ ହେବେ । ଶ୍ରୀମନ୍ଦିର ଚାରିପଟେ ଯେପରି ଭକ୍ତ ପ୍ରବେଶ କରିପାରିବେ ନାହିଁ ସେଥିପ୍ରତି ପୋଲିସ ନଜର ରଖିଛି । ଅରକ୍ଷୀ ଅଧିକ୍ଷକ କେ. ଵିଶାଲ ସିଂ ଙ୍କ ନିର୍ଦେଶ କ୍ରମେ ଆଜି ସକାଳୁ ପୋଲିସ ଜଗିବା ସହ ମକଡ୍ରିଲ୍ କରିଛି । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଏହି ବ୍ୟବସ୍ଥା ଲାଗୁ ହୋଇଛି ।
Sign in
Sign in
Recover your password.
A password will be e-mailed to you.