ବୈପାରୀଗୁଡା: ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ଆଜି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଦିନିକିଆ ମକ୍ ଡ୍ରିଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୟପୁର ଏଡିଡବ୍ଲୁଓ ପ୍ରଫୁଲ୍ଲ କୁମାର ଭୁଜବଳ ବୈପାରୀଗୁଡା ଡବ୍ଲୁଓ ଓ କୁନ୍ଦୁରା ଡବ୍ଲୁଓଙ୍କ ଉପସ୍ଥିତିରେ ସ୍ଥାନୀୟ ଗୁମ୍ମା ଏସଏସଡି ହାଇସ୍କୁଲ ପଡିଆ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୈପାରୀଗୁଡା ବ୍ଲକ ସହ କୁନ୍ଦୁରା ଓ ଲମତାପୁଟ ବ୍ଲକ ଏସଏସଡି ହାଇସ୍କୁଲ ଷ୍ଟାଫ ଶିକ୍ଷକ ଶିକ୍ଷୟତ୍ରୀ, ଏଟେନେଣ୍ଡ,ମହିଳା ସ୍ୱାସ୍ଥ୍ୟ କର୍ମୀ ଅଂଶଗ୍ରହଣ କରିଥିଲେ । ବନ୍ୟା ଏବଂ ବାତ୍ୟା ସମୟରେ ଯେପରି କୌଣସି ପ୍ରାଣହାନି ନ ହୁଏ ସେଥିପ୍ରତି ସଜାଗ ରହିବା ଆବଶ୍ୟକ । ଏ ନେଇ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ ମାଧ୍ୟମରେ ନିଜ କୌଶଳକୁ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଦମକଳ ବାହିନୀର ଷ୍ଟେସନ ଅଫିସର କୁଶ ନାୟକଙ୍କ ସମେତ ଫାୟାର ମ୍ୟାନ୍ ପି.ଏନ୍. ଭୋଇ, ଟି.ଚଲାଣ,ଏସ୍.କେ.ଜେନା,ଜେ.ଏନ୍ ଛିଞ୍ଚାଣୀ, ଆର୍ ପି ସାଇ ଏବଂ ଏ.ଓରାମ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.