ପିପିଲି: ବଳଙ୍ଗା ଅଂଚଳରୁ ନିଖୋଜ ନାବାଳିକାକୁ ଡେଲାଙ୍ଗ ଅଂଚଳରୁ ପୁଲିସ ଉଦ୍ଧାର କରିଛି । ପିପିଲି ଅଂଚଳର ଜଣେ ୧୧ବର୍ଷିୟା ନାବାଳିକାକୁ ଦୁର୍ବୁର୍ତ ଅପହରଣ କରି ନେଇଥିଲେ । କଲିକତାରେ ବିକ୍ରୀ କରି ଦେଇଥାନ୍ତେ । ପୁଲିସର ତୁରନ୍ତ ପଦକ୍ଷପ ଯୋଗୁ ନାବାଳିକା ଜଣଙ୍କ ଉଦ୍ଧାର ହୋଇଛନ୍ତି । ଅପହରଣର ୬ ଘଂଟା ମଧ୍ୟରେ ନାବାଳିକାକୁ ଉଦ୍ଧାର ସହ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସର ସଫଳତାକୁ ସାଧାରଣରେ ପ୍ରସଂଶା କରାଯାଇଛି । ସ୍ୱଚନା ଅନୁସାରେ ପିପିଲି ରଥପୁରୁଷୋତମପୁର ପଂଚାୟତ ଅଂଚଳର ଜନୈକା ୬ଷ୍ଠ ଶ୍ରେଣୀରେ ପଢୁଥିବା ୧୧ ବର୍ଷର ଝିଅ ନିଖୋଜ ସମ୍ପର୍କରେ ତାଙ୍କ ବାପା ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶନିବାର ସଂଧ୍ୟା ୭ଟା ବେଳେ ଝିଅ ଘର ବାହାରକୁ ଯାଇଥିବାବେଳେ ଆଉ ଫେରିନଥିଲେ । ବହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ଉକ୍ତ ନାବାଳିକାଙ୍କ ବାପା ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପିପିଲି ଏସଡ଼ିପିଓ ଦେବଦତ ବରାଳଙ୍କ ନେତୃତ୍ୱରେ ବଳଙ୍ଗା ଥାନା ଓଆଇସି ସମରେନ୍ଦ୍ର ପାଇକରାୟଙ୍କ ସମେତ ଏକ କୁଇକ ଆକ୍ସନ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ବିଳମ୍ବିତ ରାତିରେ ଡେଲାଙ୍ଗ ଥାନା ମାହାରିପୋଖରୀ ମଉନିମଠର ଟିମ ମଲ୍ଲିକଙ୍କ ଘରୁ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣରେ ସମ୍ପୃକ୍ତ ଅଭିଯୋଗରେ ଟିମକୁ ପୁଲିସ ଗିରଫ କରିଛି । ତେବେ କାହିଁକି ଅଭିଯୁକ୍ତ ନାବାଳିକାକୁ କଲିକତା ନେଉଥିଲା, ସେ ସମ୍ପର୍କରେ ଅଭିଯୁକ୍ତକୁ ପଚରା ଉଚୁରା ଚାଲିଛି ବୋଲି ପିପିଲି ଏସଡ଼ିପିଓ ଶ୍ରୀ ବରାଳ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.