ମୋଦୀ ୱାଇ ଫାଇକୁ ମିଳିଲା ମଞ୍ଜୁରି : ଖୋଲିବ ଏକକୋଟି ଡାଟା କେନ୍ଦ୍ର

159

ନୂଆଦିଲ୍ଲୀ: ଦେଶରେ କୃଷି ଆଇନ ଦିନକୁ ଦିନ ତୀବ୍ର ହେବାକୁ ଲାଗିଛି। ଏହାରି ଭିତରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର, ରବି ଶଙ୍କର ପ୍ରସାଦ ଏବଂ ସନ୍ତୋଷ ଗାଙ୍ଗୱାର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଅନୁଯାୟୀ ସରକାର ଦେଶରେ ୧ କୋଟି ଡାଟା କେନ୍ଦ୍ର ଖୋଲିବେ। ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ୱାଇ-ଫାଇ ଆକ୍ସେସ୍ ଇଣ୍ଟରଫେସ୍ /‘ପିଏମ୍- ବାଣୀ’ ନାମ ରହିବ । ଏହି ଯୋଜନା ମୁତାବକ ସମସ୍ତ ଗ୍ରାମାଞ୍ଚଳକୁ ମାଗଣାରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦୀପରେ କିଭଳି ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇପାରିବ ସେ ନେଇ ବି ଆଲୋଚନା ହୋଇଛି । ଲାକ୍ଷାଦୀପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ମାଧ୍ୟମରେ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ୧୦୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ କିଭଳି ୪-ଜି ସେବା ଯୋଗାଇ ଦିଆଯିବ ସେନେଇ ବି ନିଷ୍ପତ୍ତି ହୋଇଛି । ଏହି ପରିପେକ୍ଷୀରେ ସରକାର ପବ୍ଲିକ ଡାଟା ଅଫିସ ବା ପିଡିଓ ଖୋଲିବେ । ଏନେଇ କୌଣସି ପଞ୍ଜିକରଣର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କୌଣସି ଦୋକାନ ଗୃହକୁ ଡାଟା ଅଫିସରେ ପରିଣତ କରାଯାଇ ପାରିବ । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗାଙ୍ଗୱାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଦେଶରେ ଆତ୍ମନିର୍ଭରଶୀଳ ଭାରତ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେବ। ଯେଉଁଥିରେ ୨୦୨୦-୨୦୨୩ ସୁଦ୍ଧା ମୋଟ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନା ଅଧୀନରେ ପ୍ରାୟ ୫୮.୫ ଲକ୍ଷ କର୍ମଚାରୀ ଲାଭ ପାଇବେ ।

Leave A Reply

Your email address will not be published.