ଜେନେରାଲ ବିପିନ ରାବତ ଓ ଅନ୍ୟ ସେନା ଅଧିକାରୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ

188

-ଦିବଙ୍ଗତ ଆତ୍ମାଙ୍କ ସମ୍ମାନରେ ପ୍ରଥମାର୍ଧରେ ହେଲା ନାହିଁ କୌଣସି କାମ

ଭୁୁବନେଶ୍ୱର : ଡିସେମ୍ବର – ସିଡିଏସ ଜେନେରାଲ ବିପିନ ରାବତ, ତାଙ୍କର ସ୍ତ୍ରୀ ମଧୁଲିକା ତଥା ସେନାର ୧୧ ଜଣ ଅଧିକାରୀଙ୍କ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ବିୟୋଗ ହୋଇଥିବାକୁ ଏହାକୁ ନେଇ ଓଡିଶା ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛିା ତାଙ୍କର ସମ୍ମାନରେ ବିଧାନସଭାରେ ପ୍ରଥମାର୍ଧ ବୈଠକରେ କୌଣସି କାମ କରା ଯାଇ ନାହିଁ ।

ଗୁରୁବାର ଦିନ ନିର୍ଧାରିତ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସିଡିଏସ ଓ ଅନ୍ୟ ସେନାଧିକାରୀଙ୍କ ପାଇଁ ଶ୍ରଦ୍ଧାଂଜଳି ଦେବା ସହ ଶୋକ ପ୍ରସ୍ତାବ ଆଗତ କରିବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲୋ

ମୁଖ୍ୟମ୍ନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି କହିଥିଲେ ଯେ ଜେନେରାଲ ରାବତ ଜଣେ ଶ୍ରେଷ୍ଠ ସେନାନାୟକ ଥିଲେ ଓ ତାଙ୍କର ବିୟୋଗରେ ଦେଶକୁ କ୍ଷତି ଘଟିଛି । ସେ ଦିବଙ୍ଗତ ଲୋକ ମାନଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ ।

ବିରୋଧୀ ଦଳ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ବାଚସ୍ପତି ତାଙ୍କ ବିଷୟରେ କହିବା ସହ ଏକ ମିନିଟ ନୀରବ ପ୍ରାର୍ଥନା କରାଇଥିଲେ ।

ଶ୍ରୀ ପାତ୍ର କହିଥିଲେ ଯେ ସେମାନଙ୍କୁ ସମ୍ମାନ ଦେବା ପାଇଁ ଗୃହରେ ଆଜି ବିଧାନସଭାରେ କୌଣସି କାମ ହେବ ନାହିଁ । ଏହା କହି ସେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ।

Leave A Reply

Your email address will not be published.