କୋଭିଡ ପାଇଁ ମୋ ଚାଟଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ

211

ମାଲକାନଗିରି : କାେଭିଡ ମହାମାରୀ ଯାେଗୁଁ ଦେଶ ତଥା ସାରା ଓଡିଶା ରାଜ୍ୟରେ ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରହିବା ଦ୍ଵାରା ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାର ସୁଯୋଗ ପାଇ ନ ପାରି ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି କୋଭିଡ ଯୋଗୁଁ ବିଦ୍ୟାଳୟ ବନ୍ଦ ଫଳରେ ଦୀର୍ଘକାଳୀନ ଶିକ୍ଷାର କ୍ଷତି ବଡ ହୋଇପାରେ ଏବଂ ଏହା ବିଦ୍ୟାଳୟ ବନ୍ଦ ସମୟରେ ଅନୁଭୂତ ହୋଇଥିବା ସ୍ୱଳ୍ପ ମିଆଦି ଶିକ୍ଷାର କ୍ଷତି ଠାରୁ ବହୁ ଅଧିକ । ଏହାକୁ ଦୃଷ୍ଟିରେ ରଖି ଆତ୍ମଶକ୍ତି ଟ୍ରଷ୍ଟ ଇଣ୍ତିଆ, ରାଜ୍ୟସ୍ତରୀୟ ଲୋକସଂଗଠନ, ଓଡିଶା ଶ୍ରମଜୀବି ମଞ୍ଚ ଓ ମହିଳା ଶ୍ରମଜୀବି ମଞ୍ଚ ଓଡିଶାଙ୍କ ଏକ ମିଳିତ ଉଦ୍ୟମ ଓ ମାଲକାନଗିରି ଜିଲ୍ଲାର ସ୍ଥାନୀୟ ଲୋକସଂଗଠନ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ ଦ୍ବାରା ଗତ ଜୁଲାଇ ୨୦୨୦ ବର୍ଷରେ ମିଶନ ୩,୫,୮, କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ଫେବ୍ରୁଆରି ୨୦୨୧ ରେ ଜିଲ୍ଲାର ସମସ୍ତ ବ୍ଲକ ତଥା ମାଲକାନଗିରି ବ୍ଲକର ବିଭିନ୍ନ ଗ୍ରାମରେ ରିମିଡିଆଲ କ୍ଲାସ ଖୋଲାଯାଇ ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା ଓ ପରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଗୁରୁତ୍ବକୁ ଉପଲବଧି କରି ମିଶନ ୧ ଲକ୍ଷଭଳି ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଥିଲା । ଯେଉଁଥିରେ ପ୍ରଥମରୁ ପଞ୍ଚମର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଥିଲା । ପ୍ରତି ଗ୍ରାମରେ ସ୍ବେଚ୍ଛାସେବୀମାନଙ୍କ ମାଧ୍ୟମରେ ଓଡିଶାରେ ଏକଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା ମୋ ଚାଟଶାଳୀ ଅଧିନରେ ।

ବର୍ତ୍ତମାନର ଆବଶ୍ୟକତାକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଲୋକସଂଗଠନ ଓଡିଶା ଶ୍ରମଜୀବି ମଞ୍ଚ ଓ ମହିଳା ଶ୍ରମଜୀବି ମଞ୍ଚ ଦ୍ଵାରା ସାରା ରାଜ୍ୟରେ ୫ ଲକ୍ଷ୍ୟ ଛାତ୍ରଛାତ୍ରୀଙ୍କୁ ମିଶନ ଚାଟଶାଳୀ ମାଧ୍ୟମରେ ଶିକ୍ଷାର ବ୍ୟବଧାନକୁ ଦୂର କରିବା, ପିଲାମାନଙ୍କର ସାମାଜିକ ତଥା ଭାବଗତ ଆବଶ୍ୟକତାକୁ ସମାଧାନ କରିବା ଏବଂ ପିଲାମାନଙ୍କ ମଧ୍ୟରେ ସମାନ ଶିକ୍ଷାଗତ ଫଳାଫଳକୁ ପ୍ରୋତ୍ସାହିତ କରିବା । ଏହା ଏକ ଗୋଷ୍ଠି ନେତୃତ୍ବାଧୀନ ପଦକ୍ଷେପ ଯେଉଁଠାରେ ପିତାମାତା ଏବଂ ସମ୍ପ୍ରଦାୟର ସଦସ୍ୟମାନେ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ କରନ୍ତି । ମିଶନ ଚାଟଶାଳୀ ସ୍ଥାନୀୟ ପ୍ରତିଭା, ସ୍ଥାନୀୟ ବିକାଶ ପାଇଁ ସ୍ଥାନୀୟ ଉତ୍ସ ଉପରେ ଧ୍ୟାନ ଦେଇଥାଏ । ସ୍ବେଛାସେଵୀ-ଶିକ୍ଷକ ମାନେ ଗ୍ରାମରୁ ଆସିବେ, ଏହି ଅଭିଯାନ ଚଳାଇବା ପାଇଁ ଆବଶ୍ୟକ ଉତ୍ସଗୁଡିକ ଗ୍ରାମବାସୀଙ୍କ ସହଯୋଗରେ ସ୍ଥାନୀୟ ଭାବରେ ବୃଦ୍ଧି କରାଯିବ । ଏହା ଦ୍ଵାରା ବିଦ୍ୟାଳୟ ପରିଚାଳନା ସମିତି, ଅଭିଭାବକ-ଶିକ୍ଷକ ସଂଗଠନ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥା ସକ୍ରିୟ ହେବ । ଆମେ ଆମ ମଡ୍ୟୁଲ ବ୍ୟତୀତ ଓଡିଶା ସରକାରଙ୍କ ଉଜୱାଲା ମଡ୍ୟୁଲ ମଧ୍ୟ ବ୍ୟବହାର କରୁଛୁ ଯାହା ଦ୍ଵାରା ଶିକ୍ଷଣ ଫଳାଫଳ ମାପ କରାଯିବାର ଯୋଜନା କରାଯାଇଛି । ମିଶନ ଚାଟଶାଳୀ କାର୍ଯ୍ୟକ୍ରମକୁ ଶ୍ରମଜୀବୀ ସଂଗଠନର ରାମୁ ଦୁରୁଆ, ସୀତାରାମ ଦୁରୁଆ, ବିଭୀଷଣ ଦୁରୁଆ, ଦହନା ମାଡ଼କାମୀ, ରାମ ବଡ଼ନାୟକ ଓ ବାବୁଲି ଦୁରୁଆ ପ୍ରମୁଖ ପ୍ରମୁଖ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.