ଭୁବନେଶ୍ୱର: ଓଡ଼ିଶାରେ ଟିକା ପହଞ୍ଚିବା ନେଇ ଆନନ୍ଦ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଜରିଆରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,ଓଡ଼ିଶା ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ନିରନ୍ତର ଟିକାକରଣ ଚାଲିବ । ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଆଜି ଅପରାହ୍ନରେ ଓଡ଼ିଶାରେ ପହଞ୍ଚିଛି କୋଭିଡ୍ ଭ୍ୟାକସିନ୍ କୋଭିସିଲ୍ଡ । ପୁଣେରୁ ଆସିଥିବା ଭ୍ୟାକସିନ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ପୋଲିସ୍ ପାଇଲଟିଂରେ ସିଧାସଳଖ ପହଞ୍ଚିଥିଲା ବେଳେ ରାଜ୍ୟ ଭ୍ୟାକସିନ ଷ୍ଟୋରରେ ରଖାଯାଇଛି । ଯେଉଁଠି ଆଇସ୍ ଲାଇନ୍ଡ ରେଫ୍ରିଜେଟର ସମେତ ରହିଛି ସମସ୍ତ ପ୍ରକାର ବ୍ୟବସ୍ଥା । ଏଠାରୁ ବିଭିନ୍ନ ଜିଲ୍ଲାର ଭ୍ୟାକ୍ସିନ୍ ଷ୍ଟୋରକୁ ପହଞ୍ଚିବ ଟିକା । ଆଜିଠାରୁ ଜିଲ୍ଲାଗୁଡ଼ିକୁ ଟିକା ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୦ହଜାର ୮ଶହ ଭାଇଲସ ବା ଛୋଟ ସିସି ଆସିଛି । ଗୋଟିଏ ସିସିରେ ୫ ମିଲିଗ୍ରାମ ଅର୍ଥାତ ୧୦ ଜଣଙ୍କୁ ସିଙ୍ଗିଲ ଡୋଜ୍ ଦିଆଯାଇପାରିବ । ଏହାକୁ ହିସାବ କଲେ ଏବେ ୪ ଲକ୍ଷ ୮ ହଜାର ଡୋଜ୍ ରହିଛି । ଏଥିରେ ୧ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟିକାକରଣ କରାଯାଇପାରିବ । ତେବେ ପର୍ଯ୍ୟାୟକ୍ରମେ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଭ୍ୟାକ୍ସିନେସନ୍ ବେଳେ ବୟସ୍କ ସ୍ୱାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍ ଓ କରୋନା ପ୍ରଭାବ ଅଧିକ ଥିବା ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ।
Sign in
Sign in
Recover your password.
A password will be e-mailed to you.