ଷ୍ଟାର୍ଟ ଅପ୍ ପଲିସିରେ ଓଡ଼ିଶା ଦେଶର ଶ୍ରେଷ୍ଠ

193

-ଆବଶ୍ୟକତାକୁ ଆଖି ଆଗରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହୋଇ ପାରିବ

-ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି

ଭୁବନେଶ୍ୱର: ଲୋକ ମାନଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏକ ସମ୍ବାଦପତ୍ର ପକ୍ଷର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ଶିଳ୍ପ ସହଯୋଗ ପଲିସି, ତ୍ୱରିତ କ୍ଲିଅରାନ୍ସ ପାଇଁ ପଦକ୍ଷେପ ନେଇଛନ୍ତି । କରୋନା ସମୟରେ ବି ରାଜ୍ୟକୁ ୧.୨୫ ଲକ୍ଷ କୋଟିର ନିବେଶ ଆସିଛି । ସେ କହିଛନ୍ତି ଯେ ଆମର ଷ୍ଟାର୍ଟ ଅପ୍ ପଲିସ ଦେଶର ଶ୍ରେଷ୍ଠ ପଲିସି ଭାବେ ପରିଗଣିତ । ବିଭିନ୍ନ ସେକ୍ଟରରେ ଥିବା ସୁଯୋଗ ଯୁବକମାନେ ନେବା ଜରୁରୀ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ‘ଓୟୋ’ର ପ୍ରତିଷ୍ଠାତା ଓଡ଼ିଆ ଯୁବକ ରିତେଶଙ୍କ କଥା ଉଲ୍ଲେଖ କରି କହିଛନ୍ତି ଯେ ରିତେଶ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ରାଜ୍ୟରେ ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.