୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ : ପରିବାର କଲ୍ୟାଣ ନିର୍ଦ୍ଦେଶକ

180

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଯେଉଁ ଘୋଷଣା କରିଛନ୍ତି ତାହା କରିବାକୁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ମଇ ପହିଲାରୁ ଓଡ଼ିଶା ଯୁବବର୍ଗଙ୍କର ଟିକାକରଣ ଆରମ୍ଭ ହେବ । ଯୁବକଙ୍କୁ ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ । ଏଥିଲାଗି କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧମରେ ପଞ୍ଜିକରଣ କରାଯିବ । ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବ ଭଳି ଟିକାକରଣ କରାଯିବ । ତେବେ ସହରାଂଚଳଗୁଡ଼ିକରେ ସପ୍ତାହନ୍ତ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ ।

ସେ ଆହୁରି କହିଛନ୍ତି ଯେ ଓଡ଼ିଶାକୁ ଆଜି ୧ଲକ୍ଷ କୋଭିସିଲଡ ଟିକା ଆସୁଛି ।

Leave A Reply

Your email address will not be published.