ଜାଡ଼ରେ ଥରୁଛି ଓଡିଶା: ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ, ଫୁଲବାଣୀ ସର୍ବାଧିକ ଥଣ୍ଡା ସହର

167

ଭୁବନେଶ୍ବର: ବର୍ତ୍ତମାନ ଶୀତରେ ସାରା ଓଡିଶା ଥରୁଛି । ପାରଦ ତଳକୁ ଖସିବା ସହ ଶୀତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ଏଥିମଧ୍ୟରୁ ଫୁଲବାଣୀରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଥିବା କୁହାଯାଉଛି। ଏଠାକାର ତାପମାତ୍ରା ରହିଛି ୪.୫ ଡିଗ୍ରି ଥିବାର ସୂଚନା ମିଳିଛି। ରାଜ୍ୟର ଅନ୍ୟ ଯେଉଁ ସ୍ଥାନରେ ପାରଦ ୧୦ ଡିଗ୍ରି ତଳେ ରହିଛି, ସେଥିମଧ୍ୟରେ ଅନୁଗୁଳରେ ୬ ଡିଗ୍ରି, ଦାରିଙ୍ଗବାଡିରେ ୮ ଡିଗ୍ରି, ଭବାନୀପାଟଣାରେ ୮.୨ ଡିଗ୍ରି, କୋରାପୁଟରେ ୮.୬ ଡିଗ୍ରି, ଝାରସୁଗୁଡ଼ାରେ ୮.୮ ଡିଗ୍ରି, ସୁନ୍ଦରଗଡ଼ରେ ୯.୫ ଡିଗ୍ରି, କେନ୍ଦୁଝରରେ ୯.୯ ଡିଗ୍ରି, ବଲାଙ୍ଗୀରରେ ୯.୫ ଡିଗ୍ରି, ବୌଦ୍ଧରେ ୯.୫ ଡିଗ୍ରି ଏବଂ ସୋନପୁରରେ ୯.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏହାଛଡ଼ା କଟକରେ ୧୨ ଡିଗ୍ରି ଏବଂ ଭୁବନେଶ୍ୱର ଠାରେ ୧୩.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.