ଭୁବନେଶ୍ୱର: ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ରରେ ବର୍ତମାନ ମୋଟ ୧୭୪୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ୪ଟି ୟୁନିଟ୍ କାର୍ଯ୍ୟକ୍ଷମ ଅଛି । ସମସ୍ତ ୟୁନିଟ୍ ରୁ ଶକ୍ତି ଉତ୍ପାଦନ କରାଯାଉଛି । ନିମ୍ନମାନର କୋଇଲା ଯୋଗୁଁ ପାଉଁଶରୁ ୟୁନିଟ୍ ୩ର ଇଏସପି ହପର ମଧ୍ୟରେ ଜମିଯାଇଥିଲା । ପାଉଁଶ ନିଷ୍କାସନ ବାଧାପ୍ରାପ୍ତ ହେବାରୁ ଇଏସପିର ପାସ୍ ସି ର ଷ୍ଟ୍ରକଚର ଭାଙ୍ଗି ଯାଇଥିଲା ଏବ ଆଖପାଖର କିଛି ଷ୍ଟ୍ରକଚର ବଙ୍କା ହୋଇଯାଇଥିଲା । ୟୁନିଟ୍ ୩ ରୁ ସର୍ବାଧିକ ୪୦୦ରୁ ୪୫୦ ମେଗାୱାଟ୍ ପର୍ଯ୍ୟନ୍ତ ଶକ୍ତି ଉତ୍ପାଦନ କରାଯାଉଛି । ଏହାର ମରାମତି କାର୍ଯ୍ୟ ଚାଲୁ ରହିଛି ଏବଂ ତାହା ୨୦୨୧ ଅକ୍ଟୋବର ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୃହକୁ ଜଣାଇଛନ୍ତି । ସଭ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ଓପିଜିସି ସଂକ୍ରାନ୍ତୀୟ ପ୍ରଶ୍ନର ଉତରରେ ମନ୍ତ୍ରୀ ଏହା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.