ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା। ଘଣ୍ଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭିଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ହସ୍ତକ୍ଷେପ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛନ୍ତି । ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି । ଅନଲାଇନରେ ପାଠପଢା ହେଉଛି । ଯେଉଁ ଅଭିଭାବକମାନେ ସ୍କୁଲରେ ଫି ଦେଇ ପାରିନାହାନ୍ତି, ସେମାନଙ୍କ ପିଲାଙ୍କୁ ଅନଲାଇନ୍ କ୍ଲାସରୁ ବାହାର କରି ଦିଆଯାଉଥିବାର ଅଭିଯୋଗ ହୋଇଛି। ତେଣୁ ଘରୋଇ ସ୍କୁଲ ଫି ଉପରେ ସରକାର ଅଂକୁଶ ଲଗାଇବାକୁ ଦାବି ହୋଇଛି।ଘରୋଇ ସ୍କୁଲର ଫି ବିବାଦ ହାଇକୋର୍ଟରେ ପହଞ୍ଚିଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ଉପରେ ସରକାରଙ୍କ କୌଣସି ଆଇନ୍ ନାହିଁ । ତେଣୁ ଏଥିରେ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ । ତେବେ ଅନ୍ୟ ରାଜ୍ୟରେ ଘରୋଇ ସ୍କୁଲ ଉପରେ ସରକାରଙ୍କ ଅଙ୍କୁଶ ଥିବା ବେଳେ ଓଡ଼ିଶାରେ କାହିଁକି ନାହିଁ ବୋଲି ଅଭିଭାବକ ସଂଘ ପ୍ରଶ୍ନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.