କଂଗ୍ରେସ ଦଳ ଛାଡ଼ିଲେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ

147

-କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଲେ ଇସ୍ତଫା ପତ୍ର

ଭୁୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ନବରଂଗପୁରରୁ ପାର୍ଟୀର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଜଣା ପଡିଛି ।

ସେ ଏହି ପତ୍ରରେ କହିଛନ୍ତି ଯେ ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ସହିତ ଏଭଳି ନିଷ୍ପତି ନେଇଛନ୍ତି । ଦଳରେ ଏବେ ଜନସେବା କରିବାର ସୁଯୋଗ ନ ଥିବାରୁ କାରଣରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଛନ୍ତି ।ଷ ବର୍ତମାନ ଦଳ ସାଧାରଣ ଲୋକଙ୍କ ଠାରୁ ବିଶ୍ୱସନୀୟତା ହରାଇଛି, ଯାହାକୁ ପୁନର୍ବାର ଫେରାଇ ଆଣିବା ପାଇଁ ସମୟ ଲାଗିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖନୀୟ ଯେ ଗତ କିଛି ମାସ ହେବ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଶ୍ରୀ ମାଝୀ କିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.