ପୋଲିସର ବର୍ବରତା

159

ଗଂଜାମ : ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କଉଠପଲ୍ଲୀ ସାହିର ଲୋକନାଥ ମୁନିଙ୍କ ପୁଅ ଅନିଲ ମୁନିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବା କଥା ପୋଲିସର ମାଡ଼ରେ ସେ ଗଭୀର ଆଘାତ ପାଇ ମୃତ୍ୟୁବରଣ କରିଛି । ମୃତ ଶରୀରକୁ ଧରି ପରିବାର ଓ ସାହି ବାସିନ୍ଦାମାନେ ସୋରଡ଼ା ଥାନା ଘେରାଉ କରିଛନ୍ତି । ନାଇଟ କର୍ଫ୍ୟୁ ଜାରି ରହିଥିବାବେଳେ ଗତ କାଲି ରାତ୍ର ୧ଟା ପର୍ଯ୍ୟନ୍ତ ଲୋକମାନେ ଥାନା ଆଗରେ ହୋହାଲ୍ଲା କରି ନ୍ୟାୟ ମାଗୁଥିଲେ ।

ଘଟଣା କ୍ରମ ଏପରି ଥିଲା ଯେ ଅନିଲ ମୁନି ତାଙ୍କ ଘର ଆଗର ଜଣେ ଝିଅ କୁ ଭଲ ପାଇ ଉଭୟେ ୪ ଦିନ ପୂର୍ବରୁ ଫେରାର ହୋଇଯାଇଥିଲେ ! ଝିଅର ପରିବାର ପକ୍ଷରୁ ଥାନାରେ ଏତଲା ପ୍ରକାରେ ବ୍ରହ୍ମପୁରରୁ ସୋରଡ଼ା ପୋଲିସ ଉଭୟ ପ୍ରେମୀଯୁଗଳଙ୍କୁ ଗିରଫ କରିଥିଲା । ୨୮ ତାରିଖରୁ ସୋରଡ଼ା ଥାନାରେ ଆଣି ଉଭୟଙ୍କୁ ରଖିଥିଲା । ଝିଅର ବୟାନ ଥିଲା ଯେ ସେ ସାବାଳିକା ତାର ନିଜ ଇଛାରେ ସେ ଘରୁ ଯାଇଛି । ତାପରେ ପୋଲିସ କୋର୍ଟ ଫରୱାଡ ନକରି ଝିଅକୁ ପ୍ରଥମେ ଛାଡିଦେଇଥିଲା । ପୁଅକୁ ମାଡ଼ ମାରି ଅଣାୟତ କରିବା ପରେ ପୋଲିସ ପୁଅର ବାପାକୁ ଡାକି ପୁଅକୁ ଲିଖିତ ଜିମାରେ ଛାଡିଥିଲା ।

ଅତ୍ୟଧିକ ମାଡ଼ ଓ ନିର୍ଯ୍ୟାତନା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଶତାଧିକ ଉତ୍ତ୍ୟକ୍ତ ଲୋକେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତଦେହକୁ ଏକ ଟଲିରେ ଧରି ଥାନା ଘେରାଉ କରିଥିଲେ । ଏପଟେ ଜିଲ୍ଲା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଅ।ରମ୍ଭ ହୋଇଥିବା ସୂଚନା ମିଳିଛି ।

ଯଦି ପରିବାର ତଥା ଗ୍ରାମବାସୀଙ୍କ ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଘଟଣାଟି ପୁରାପୁରି ସାଙ୍ଘାତିକ ଏବଂ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ସହ ଦୋଷି ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.