ପୋଲିସ-ବିସ୍ଥାପିତ ଖଣ୍ଡଯୁଦ୍ଧ : ୧୪୪ ଧାରା ଜାରି

133

କୋରାପୁଟ: କୋରାପୁଟର ଦାମନଯୋଡ଼ିଠାରେ ଆଜି ପରସ୍ପର ମୁହାଁମୁହିଁ ପୋଲିସ ଓ ବିସ୍ଥାପିତ । ବିସ୍ଥାପିତଙ୍କ ଢ଼େଲା ମାଡ଼ରେ ପୋଲିସ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ଟିୟର୍ ଗ୍ୟାସ୍ର ପ୍ରୟୋଗ କରିଛି । ଘଟଣା ପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି । ଅଁଳାବାଡ଼ି ଛକଠାରୁ ମାଇନ୍ସ ପର୍ଯ୍ୟନ୍ତ ୧୪୪ ଧାରା ଜାରୀ କରାଯାଇଛି । ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ଗିରଫ କରିଛି ପୋଲିସ । ଘଟଣା ପରେପୋଲିସ ପକ୍ଷରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଘଟଣାସ୍ଥଳରେ ପୋଲିସ ଛାଉଣି ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ୮ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀଙ୍କ ଦାବି ଯେ, ପୋଲିସକୁ ହଟାଇ ଦିଆଯାଉ । ସେମାନେ ପ୍ରଶାସନ ସହିତ ଆଲୋଚନା ପାଇଁ ରାଜି ଅଛନ୍ତି । ଲିଖିତ ଭାବେ ଦେଲେ ଆମେ ଆନ୍ଦୋଳନରୁ ଉଠିବୁ । ପ୍ରକାଶଥାଉ କି, ନାଲ୍କୋରେ ନିଯୁକ୍ତି ଦାବି କରି ୪ ଦିନ ହେଲା ବିସ୍ଥାପିତମାନେ ଧାରଣାରେ ବସି ରହିଛନ୍ତି । ଅଁଳାବାଡ଼ି ଛକଠାରୁ ମାଇନ୍ସକୁ ରାସ୍ତାକୁ ବନ୍ଦ କରିଥିଲେ ।

ଫଳରେ ନାଲକୋର ଦିନକୁ ୨୫ ହଜାର ମେଟ୍ରିକ୍ ଟନ୍ ଉତ୍ପାଦନ ବନ୍ଦ ରହିଛି । ଘଟଣାର ସମାଧାନ ନିମନ୍ତେ ସ୍ଥାନୀୟ ତହସିଲଦାର ଗତକାଲି ରାତିରେ ଘଟଣାସ୍ଥଳକୁ ଯାଇଥିବା ବେଳେ ସମାଧାନର କୌଣସି ସୂତ୍ର ବାହାରି ପାରିନଥିଲା । ଏହାପରେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସକାଳୁ ଉପ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରୁ ମାଇନ୍ସ ପର୍ଯ୍ୟନ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି । ଅନାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

Leave A Reply

Your email address will not be published.