ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଧାରଣକ୍ଷମ ବିକାଶ ଲକ୍ଷ ହାସଲ ଦିଗରେ କେତେ ଆଗେଇଛି,ମିଶନ ଶକ୍ତି ମହିଳାଙ୍କୁ ସୁରକ୍ଷା ଦେବାରେ ଅଞ୍ଚଳର ଓ ଯୁବକଙ୍କ ବିକାଶ ଦିଗରେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବାରୁ ଅଞ୍ଚଳର ବିକାଶ ଦିଗରେ ମଧ୍ୟ ଅନୁଧ୍ୟାନ କଲେ ନୀତିଆୟୋଗ ଏସୁସେଟ ଶ୍ରୀ ବିଷ୍ଣୁ ଦାସ ଗୁପ୍ତା । ସୂଚନା ଅନୁଯାୟୀ ଗୁମ୍ମା ବ୍ଲକର ଅନେକ ପଞ୍ଚାୟତ ସ୍ତରରେ କେଉଁ କେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି ଏହାର ଅନୁଧ୍ୟାନ କରିଛନ୍ତି ଶ୍ରୀ ଗୁପ୍ତା । ସେ ପ୍ରଥମେ ମୁନୁସିଂ ପଞ୍ଚାୟତର ମୁନୁସିଂ ଗ୍ରାମର ରବର ପ୍ଲାଣ୍ଟ ଓ ରବର ସିଟ ଦେଖିଲେ । ପରେ ଗୁମ୍ମା ଗ୍ରାମ ପଞ୍ଚାୟତର ମା ଗୃହ ଏବଂ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦେଖିଥିଲେ । ଏହାପରେ ତୋରଭା ପଞ୍ଚୟତ ଲିଙ୍ଗା ଗ୍ରାମର ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଅନୁଧ୍ୟାନ କରିଛନ୍ତି ।
ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଚେଷ୍ଟାରେ ଆଦିବାସୀ ମହିଳାଙ୍କ ମିସିନ ସିଲେଇ ଦେଖିବା ସହ ଉକ୍ତ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ପରେ ସେରଙ୍ଗ ଗ୍ରାମର ନିଜସ୍ୱ ଉଦ୍ୟମରେ ଓଏଲଏମଙ୍କ ଜରିଆରେ ଏକ ହିଠାଛି ଏଟିଏମ୍ ଦେଖିବା ପରେ ଅଜୟଗଡ଼ ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପ ଦେଖିବା ମାତ୍ରେ । ଅଞ୍ଚଳର ବାକି ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ହେବ ବୋଲି କହିଛନ୍ତି ବିଷ୍ଣୁ ଦାସ ଗୁପ୍ତା । ଏହି କାର୍ଯ୍ୟ କ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚୋରଣ ପାତ୍ର,ସନ୍ନମନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସରୋଜ ବେହେରା,ବିଡ଼ିଓ ନଟବର ଗରଡ଼ା,ସିଡିପିଓ ଅନିତାରାଣୀ ପଟ୍ଟନାୟକ, ଓଏଲଏମ୍ ଗୌତମ ପାଇକ ଓ ବିଭାଗ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।