ଦୁଇ ଦିନିଆ କ୍ରାଇମବ୍ରାଞ୍ଚର ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

172

ଭୁବନେଶ୍ୱର: ପୁଣି ଅଡୁଆରେ ପ୍ରଦୀପ ପାଣିଗ୍ରାହୀ । ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେବାକୁ ଭୁବନେଶ୍ବର SDJM କୋର୍ଟ ଅନୁମତି ଦେଇଛନ୍ତି । ଅଭୟକାନ୍ତ ପାଠକଙ୍କ ଲିଙ୍କ୍ ଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେବେଠାରୁ ସେ କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । କେଇ ମାମଲାରେ ଅଧିକ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ପ୍ରଦୀପ ଓ ଆକାଶଙ୍କୁ ସାମ୍ନାସାମ୍ନି ଜେରା କରିପାରେ କ୍ରାଇମବ୍ରାଞ୍ଚ । ସେପଟେ ଆସନ୍ତାକାଲି ସରୁଛି ଆକାଶ ପାଠକଙ୍କ ରିମାଣ୍ଡ ଅବଧି ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଚାକିରି ଦେବା ନାଆଁରେ ଠକିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି। ତାଙ୍କୁ ଜାମିନରେ ନେଇ ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ସୂଚନାଯୋଗ୍ୟ, ବହିଷ୍କୃତ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଡିସେମ୍ବର ୩ ତାରିଖରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦-ବି ଏବଂ ଆଇଟି ଆକ୍ଟର ଧାରା ୬୬ସି / ୬୬ଡି ଅନୁଯାୟୀ ଗିରଫ କରାଯାଇଥିଲା। ପ୍ରମାଣ ସାମ୍ନାକୁ ଆସିଛି ଯେ ଟାଟା କମ୍ପାନିରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଅନୁଯାୟୀ ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ନାମରେ ପାଣିଗ୍ରାହୀ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ । ତେଣୁ ଅଧିକ ପଚାର ଉଚରା କରିବା ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍ଇବ୍ରାଞ୍ଚ ।

Leave A Reply

Your email address will not be published.