ପ୍ରଧାନମନ୍ତ୍ରୀ ମୋଦୀ ସ୍ୱର୍ଣିମ ବିଜୟ ଦିବସରେ ୧୯୭୧ର ଯୁଦ୍ଧ ନାୟକଙ୍କୁ ଜଣାଇଲେ ଶ୍ରଦ୍ଧାଂଜଳି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ସ୍ୱର୍ଣିମ ବିଜୟ ମଶାଲ ଶ୍ରଦ୍ଧାଂଜଳି ଓ ସ୍ୱାଗତ ସମାରୋହରେ ଭାଗ ନେଇଛନ୍ତି ତଥା ୧୯୭୧ ମସିହାର ଯୁଦ୍ଧ ନାୟକ ମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଉପରେ ଆଗନ୍ତୁକ ପୁସ୍ତିକାରେ ହସ୍ତାକ୍ଷର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ – ସମ୍ପୂର୍ଣ ରାଷ୍ଟ୍ର ତରଫରୁ ମୁଁ ୧୯୭୧ ମସିହାର ଯୁଦ୍ଧର ଯୋଦ୍ଧା ମାନଙ୍କୁ ପ୍ରଣାମ ଜଣାଉଛି । ନାଗରିକ ମାନେ ସେହି ବୀର ଯୋଦ୍ଧା ମାନଙ୍କ ଉପରେ ଗର୍ବିତ ଯେଉଁ ମାନେ ବୀରତ୍ୱର ସହିତ ଅନନ୍ୟ କାହାଣୀ ଲେଖିଥିଲେ ।
ବିଜୟ ଦିବସ ଉପଲକ୍ଷେ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ନବୀନ :
ବିଜୟ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀର ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ୧୯୭୧ ମସିହାରେ ଭାରତ – ପାକିସ୍ତାନ ଯୁଦ୍ଧରେ ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି ଲଢି ଭାରତକୁ ବିଜୟୀ କରାଇଥିବା ବୀର ସୈନିକ ମାନଙ୍କୁ ବିଜୟ ଦିବସର ସ୍ୱର୍ଣ ଜୟନ୍ତୀ ବର୍ଷରେ ଶ୍ରଦ୍ଧାଂଜଳି ଜଣାଉଛି । ଦେଶର ଗର୍ବ ପାଇଁ ବୀରତ୍ୱର ସହ ଲଢିଥିବା ବୀର ସୈନିକ ମାନଙ୍କର ସାହସକୁ ସଲାମ ।