ଓରକାଣ୍ଡିସ୍ଥିତ ହରି ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜାର୍ଚ୍ଚନା ଏବଂ ସାର୍ବଜନୀନ ସ୍ୱାଗତ ସମାରୋହରେ ଅଂଶଗ୍ରହଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପରମ ପୂଜ୍ୟ ଠାକୁର ପରିବାରର ବଂଶଜଙଙ୍କ ସହିତ ମଧ୍ୟ ଭାବ ମିନିମୟ କରିଥିଲେ ।
ପ୍ରଧାନମନ୍ତ୍ରୀ ଓରକାଣ୍ଡିରେ ମତୁଆ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହା ସେହି ସ୍ଥାନ ଯେଉଁଠାରେ ଶ୍ରୀ ଶ୍ରୀ ହରି ଚନ୍ଦ୍ର ଠାକୁରଜୀ ସାମାଜିକ ସୁଧାର ପାଇଁ ସମ୍ବନ୍ଧିତ ନିଜର ପବିତ୍ର ବିଚାର ଏବଂ ସଂଦେଶର ପ୍ରଚାର ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ଜୋର ଦେଇ କହିଥିଲେ ଯେ ଭାରତ ଏବଂ ବାଂଲାଦେଶ ନିଜ ନିଜ ରାଷ୍ଟ୍ରର ବିକାଶ ଏବଂ ଉନ୍ନତି ମାଧ୍ୟମରେ ସମଗ୍ର ବିଶ୍ୱର ପ୍ରଗତି ଚାହାନ୍ତି । ଉଭୟ ରାଷ୍ଟ୍ର ଆଶା କରନ୍ତି ଯେ ସମଗ୍ର ବିଶ୍ୱରେ ଅସ୍ଥିରତା, ଆତଙ୍କ ଏବଂ ଅଶାନ୍ତି ନୁହେଁ ବରଂ ସ୍ଥିରତା, ପ୍ରେମ ଏବଂ ଶାନ୍ତିର ବାତାବରଣ ବିରାଜମାନ କରିବା ଆବଶ୍ୟକ । ଶ୍ରୀ ଶ୍ରୀ ହରି ଚନ୍ଦ୍ର ଠାକୁର ଜୀ ମଧ୍ୟ ଆମମାନଙ୍କୁ ଶାନ୍ତି, ସ୍ଥିରତା ଏବଂ ପ୍ରେର ମାର୍ଗରେ ପରିଚାଳିତ ହେବା ନିମନ୍ତେ ସନ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଆଜି ଭାରତ ‘ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ’କୁ ମୂଳମନ୍ତ୍ର ଭାବେ ନିଜ ସାଥିରେ ନେଇ ଆଗକୁ ବଢ଼ିବାରେ ଲାଗିଛି । ଅପର ପକ୍ଷେ ବାଂଲାଦେଶରେ ମଧ୍ୟ ‘ସହଯାତ୍ରୀ’କୁ ମୂଳମନ୍ତ୍ର ଭାବେ ନିଜ ଅନ୍ତରରେ ସମାହିତ କରିଛି । ବାଂଲାଦେଶ ଆଜି ସମଗ୍ର ବିଶ୍ୱରେ ବିକାଶ ଏବଂ ପରିବର୍ତ୍ତନର ଏକ ମଜଭୁତ ଉଦାହରଣ ସୃଷ୍ଟି କରିଛି, ଏବଂ ବାଂଲାଦେଶର ଏହି ପ୍ରୟାସ ଦ୍ୱାରା ଭାରତ ‘ସହଯାତ୍ରୀ’ର ଭୂମିକାରେ ରହିଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଓରକାଣ୍ଡିରେ ବର୍ତ୍ତମାନ ଥିବା ବାଳିକା ମାଧ୍ୟମିକ ବିଦ୍ୟାଳୟକୁ ଅପଗ୍ରେଡ଼ କରିବା ଏବଂ ଏକ ନୂତନ ପ୍ରାଥମିକ ସ୍କୁଲର ସ୍ଥାପନା କରିବା ବ୍ୟତୀତ ଅନ୍ୟ କେତେକ ଘୋଷଣା ଭାରତ ପକ୍ଷରୁ କରାଯାଇଛି । ପ୍ରଧାନମନ୍ତ୍ରୀ ସୂଚୀତ କରିଥିଲେ ଯେ ଶ୍ରୀ ଶ୍ରୀ ହରି ଚନ୍ଦ୍ର ଠାକୁର ଜୀଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ପବିତ୍ର ‘ବାରୁଣୀସ୍ନାନ’ରେ ଅଂଶ ଗ୍ରହଣ କରିବା ନିମନ୍ତେ ପ୍ରତି ବର୍ଷ ଭାରତର ବିପୁଳ ସଂଖ୍ୟାରେ ଲୋକ ବାଂଲାଦେଶର ଓରକାଣ୍ଡିକୁ ଆସିଥାନ୍ତି । ପ୍ରଧାନମନ୍ତ୍ରୀ ସୂଚୀତ କରିଥିଲେ ଯେ ଶ୍ରଦ୍ଧାଳୁମାନଙ୍କ ଏହି ଯାତ୍ରାକୁ ଆହୁରି ଅଧିକ ସୁଗମ କରିବା ନିମନ୍ତେ ସକଳ ପ୍ରକାର ଜରୁରୀ ପଦକ୍ଷେପ ଉଠାଯିବା ଆବଶ୍ୟକ ।