ପୁରୀ : ସେବାୟତମାନଙ୍କ ପାଇଁ କରୋନା ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ହୋମିଓପ୍ୟାଥି ଔଷଧ ବଣ୍ଟନର ପଞ୍ଚମ ପର୍ଯ୍ୟାୟରେ ମୋଟ ୩୫୦ ସେବାୟତ ଓ ତାଙ୍କ ପରିବାର ତଥା ଶ୍ରୀମନ୍ଦିର କର୍ମଚାରୀଙ୍କୁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ମାର୍ଗଦର୍ଶୀକା ଅନୁସାରେ ଏହି ଔଷଧ ନିଶୁଳ୍କ ଯୋଗାଇ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆୟୋଜିତ ଚଳିତ ମାସ ୧୨ ରୁ ଆରମ୍ଭ ହୋଇଥିବା ତ୍ରୀଦିବସୀୟ ସ୍ୱାସ୍ଥ୍ୟ ଶିବିରର ଉଦଜାପନୀ ସମାରୋହରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ହୋମିଓପ୍ୟାଥି ଗବେଷଣା ସଂସ୍ଥାନର ଗବେଷଣା ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି ଓ ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଉପସ୍ଥିତ ରହି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କରୋନା ରୋଗ ପ୍ରତି ରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପ୍ୟାଥି ଔଷଧ ସେବନ ସହିତ ଉପଯୁକ୍ତ ଖାଦ୍ୟ, ବ୍ୟାୟାମ, ବିଶ୍ରାମ ଓ ଯୋଗ ପ୍ରଣାୟମ ଆଦି ନିୟମିତ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।
ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଓ ଲୋକ ସମ୍ପର୍କ ଉପ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ଶିବିରରେ ଯୋଗାଇ ଦିଆଯାଇଥିବା ସେବା ପାଇଁ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଓ କରୋନା ବିରୁଦ୍ଧ ରେ ଲଢ଼େଇ ଜାରି ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଉକ୍ତ ଶିବିରକୁ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟର ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡାକ୍ତର ପଞ୍ଚାନନ ପ୍ରଧାନ ସଂଯୋଜନା କରିଥିଲେ ଏବଂ ଚିକିତ୍ସାଳୟର କର୍ମଚାରୀ ସଂଘମିତ୍ରା ଦତ୍ତମହାପାତ୍ର, ପ୍ରଫୁଲ୍ଲ କାନ୍ତି ଦେ, ଶୁଭ୍ରାଶୁ ଶେଖର ନାୟକ ଓ ବନାଲତା ପାଢ଼ୀ ଶିବିର ପରିଚାଳନାରେ ସାହାଯ୍ୟ କରିଥିଲେ।