ସାଲେପୁର : ସାଲେପୁର ସହରାଞ୍ଚଳ ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଦିନକୁ ଦିନ ମଦ୍ୟପ ମାନଙ୍କର ଦୌରାତ୍ମ୍ୟ ମଧ୍ୟ ବଢ଼ି ଚାଲିଛି । ସାଲେପୁର ଥାନା ଛକ ଠାରୁ ଅଳ୍ପ ଦୂରରେ ଥିବା ଏକ ଦେଶୀ ମଦ ଭାଟିରେ ଦୁଇ ମଦ୍ୟପ ଯୁବକ ମଦପିଇ ଉଭୟଙ୍କ ମଧ୍ୟରେ କଳିଝଗଡା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଅନ୍ୟ ଜଣକୁ କଟୁରିରେ ଆକ୍ରମଣ କରିଥିଲା । ଏଥିରେ ଆହତ ହୋଇ ଯୁବକକୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର ଶିକାର ଯୁବକ ନିକଟସ୍ଥ ଅଞ୍ଚଳର ବୋଲି ଜଣାପଡିଛି ।ସାଲେପୁର ଅଞ୍ଚଳରେ ମଦ୍ୟପଙ୍କ ଦୌରାତ୍ମ୍ୟ ଓ ଖୁଲମ ଖୁଲା ଚୋରା ମଦ କାରବାର ସାଙ୍ଗକୁ ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଯୋଗୁ ସାଲେପୁର ସହରାଞ୍ଚଳ ଓ ନିକଟସ୍ଥ ଗ୍ରାମାଞ୍ଚଳରେ ମଧ୍ୟ ଅସାମାଜିକ କାର୍ଯ୍ୟକଳାପ ଓ ଦୌରାତ୍ମ୍ୟ ବଢ଼ି ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରବାକୁ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.