ରାୟଗଡାରେ ଜନ ଆଶୀର୍ବାଦ ଯାତ୍ରାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

182

ଭୁବନେଶ୍ୱର : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡାରେ ଜନ ଆଶୀର୍ବାଦ ଯାତ୍ରାରେ ପହଂଚିଛନ୍ତି । ସେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ନୂଆ ରାୟଗଡା ରେଳ ଡିଭିଜନର ସ୍ଥାନ ବୁଲି ଦେଖିବା ସହ ଡିଭିଜନାଲ ବିଲଡିଂ ପ୍ଲାନର ସମୀକ୍ଷା କରିଛନ୍ତି ।

ଟ୍ରେନରେ ରାୟଗଡା ପହଂଚିଥିବା ଶ୍ରୀ ବୈଷ୍ଣବ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।

ରାୟଗଡା ଠାରେ ଜନ ଆଶୀର୍ବାଦ ଯାତ୍ରା ଅବସରରେ ସ୍ଥାନୀୟ ନାଗରିକ ମଂଚ, ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଊତ୍ସସିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

ସେ ଏହି ଅବସରରେ କହିଥିଲେ ଯେ ଏବେ ଘରେ ଘରେ ଗାଁ ମାନଙ୍କରେ ଯୋଗାଯୋଗ ବ୍ୟବସ୍ଥା କିପରି ପହଂଚିି ପାରିବ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଉଅଛି ଓ ରାୟଗଡା ଠାରେ ରେଳ ମଣ୍ଡଳ ଓ ରେଳ ଯୋଗାଯୋଗ ବୃଦ୍ଧି କରିବାକୁ ସମୀକ୍ଷା କରିବି । ପ୍ରଧାନ ମନ୍ତ୍ରୀଙ୍କ ସଂକଳ୍ପ “ପୂର୍ବୋଦୟରୁ ଭାରତର ବିକାଶ” କାର୍ଯ୍ୟକ୍ରମରେ ରାୟଗଡା ଠାରେ ଜନ ଆଶୀର୍ବାଦ ଯାତ୍ରା – ମା ଙ୍କୁ ସମ୍ମାନ ଦେଇ ଉଜ୍ଜଳା ଗ୍ୟାସ ସଂଯୋଗ ଏବଂ ଶୌଚାଳୟ ବ୍ୟବସ୍ଥା ସହ ଅନ୍ୟ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି ।

Leave A Reply

Your email address will not be published.