ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

138
ରାଉରକେଲା:  ରାଉରକେଲା ଇସ୍ପାତ କାରଖାନା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସର୍ବ ବୃହତ ଜାତୀୟ ପତାକା ସହରର ଟେଲିଫୋନ ଭବନ ପଡିଆରେ ଉତୋଳନ କରାଯାଇଛି । ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୭୨ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତୋଳନ କରି ଦେଶର ସ୍ୱାଧୀନତା ଲାଗି ପ୍ରାଣ ବଳି ଦେଇଥିବା ଓ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ପ୍ରତି ସୁରକ୍ଷା କର୍ମୀଙ୍କୁ ପ୍ରଣାମ କରିବା ସହ ଏଭଳି ବ୍ୟକ୍ତି ମାନଙ୍କ ବଳିଦାନକୁ ଦେଶବାସୀ ସବୁ ବେଳେ ମନେ ରଖିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏସପି ସାଗରୀକା ନାଥଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।  ସେହିଭଳି ରାଉରକେଲା ପ୍ୟାରେଡ ପଡିଆରେ ଉତରାଂଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଜାତୀୟ ପତାକା ଉତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ତାଙ୍କ ସହ ରାଉରକେଲାର ଉଚ୍ଚ ପଦାଧୀକାରୀ ମାନେ ଉପସ୍ଥିତ ଥିଲେ ।
ଅନୁରୂପ ଭାବେ ରାଉରକେଲା  ଇସ୍ପାତ କାରଖାନା ତରଫରୁ ଗଣତନ୍ତ୍ର ଦିବସ ପାଳନ କରାଯାଇ ସମ୍ମିଳିତ ପ୍ୟାରେଡ ପଡିଆ ପରିବର୍ତେ ଟେଲିଫୋନ ଭବନ ପଡିଆରେ ଏକ ବୃହତ ଜାତୀୟ ପତାକା ଉତୋଳନ କରାଯାଇଛି । କାରଖାନାର ସିଇଓ ଏହାକୁ ଉଦଘାଟନ କରିଥିବା ବେଳେ ଅନ୍ୟାନ୍ୟ ପଦାଧୀକାରୀ ମାନେ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ । ଏହି ଜାତୀୟପତାକାକୁ ଦେଖିବା ଲାଗି ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ବଣେଇ, ରାଜଗାଙ୍ଗପୁର, ବୀରମିତ୍ରପୁର ଆଦି ଅଂଚଳରେ ମଧ୍ୟ ଗଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସର ସହକାରେ ପାଳିତ ହୋଇଛି ।
Leave A Reply

Your email address will not be published.