ସୁନ୍ଦରଗଡ଼: ୧୬ ଘଂଟା ଧରି ପଡି ରହିଛି ଦୁଇଟି ମୃତଦେହ । କ୍ଷତିପୂରଣ ଦାବିରେ ଦୁଇଟି ମୃତଦେହକୁ ପୋଲିସକୁ ହସ୍ତାନ୍ତର କରୁନାହାଁନ୍ତି ଗ୍ରାମବାସୀ । ଗତକାଲି ବୋଲେରୋ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦ୍ୱୟଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଜିଦ୍ ରେ ଅଡି ବସିଛନ୍ତି ଗ୍ରାମବାସୀ । ଫଳରେ ତଳସରା ଟାଙ୍ଗର ଗ୍ରାମରେ ୧୬ ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ପଡି ରହିଛି ଦୁଇଟି ମୃତଦେହ । ସବଡେଗା ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସତ୍ୱେ ଜିଦ୍ ରେ ଅଟଳ ରହିଛନ୍ତି ଗ୍ରାମବାସୀ । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରୀ ରହିଛି ।
Sign in
Sign in
Recover your password.
A password will be e-mailed to you.