ଭୁବନେଶ୍ୱର: ଆସନ୍ତା ଏପ୍ରିଲରୁ ସ୍କୁଲ୍ରେ ରିଭିଜନ କ୍ଲାସ୍ ଚାଲିବ, ହେଲେ ରବିବାର କ୍ଲାସ୍ ହେବନି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପିଲା ମାନଙ୍କର କୋର୍ସ ଶେଷ ହୋଇ ଆସିଲାଣି । ତେଣୁ ନିୟମିତ କ୍ଲାସ୍ର ଆବଶ୍ୟକତା ନାହିଁ । ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ୍ରେ ଧୀରେ ଧୀରେ କମିବାକୁ ଲାଗିଲାଣି । ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି,ବର୍ତମାନ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଛି । ପରୀକ୍ଷା ପ୍ରସ୍ତୁତି ପାଇଁ କମ୍ ପିଲା ସ୍କୁଲ ଆସୁଛନ୍ତି । ପିଲାଙ୍କୁ ଯାହା ଟାର୍ଗେଟ ଦିଆଯାଇଥିଲା ସେମାନ ତାହା ପୂରଣ କରିସାରିଲେଣ । କୋର୍ସ ମଧ୍ୟ ଶେଷ ହେବାକୁ ଆସିଲାଣି । ପରୀକ୍ଷା ଦର୍ପଣ ପିଲାଙ୍କୁ ଅତ୍ୟନ୍ତ ସହାୟକ ହେଉଛି । ତେଣୁ ଏପ୍ରିଲ ବେଳକୁ ରମେଡିଆଲ କ୍ଲାସ ଆରମ୍ଭ ହେବ । ଆଉ ରବିବାର କ୍ଲାସ କରିବାର ଆବଶ୍ୟକ ପଡିବ ନାହିଁ ବୋଲି ଆମେ ଚିନ୍ତା କରୁଛୁ ।