ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ବିଭିନ୍ନ ଠିକଣା ଉପରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

159

ଭୁବନେଶ୍ୱର : କମିସନରେଟ୍ ପୁଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ କଳ୍ପନା ଛକସ୍ଥିତ ସରକାରୀ କ୍ୱାର୍ଟର ଓ ପୈତୃକ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରା ଯାଇଛି । ଭିଜିଲାନ୍ସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।

ଭିଜିଲାନ୍ସ ପକ୍ଷରୁ କୁହା ଯାଇଛି ଯେ ସ୍ୱତନ୍ତ୍ର ଜଜଙ୍କ ଆଦେଶକ୍ରମେ ସଦାନନ୍ଦ ବେହେରାଙ୍କ ପୁଅ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଚଢ଼ାଉ କରାଯାଉଛି ।

ପ୍ରସନ୍ନଙ୍କ କଳ୍ପନା ଛକରେ ଥିବା ନିଜ ସରକାରୀ କ୍ୱାର୍ଟର ଏବଂ ଏହା ସମ୍ପ୍ରସାରଣ ବିଲଡିଂ, ଡୁମଡୁମାଠାରେ ଥିବା ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍, ରାଜଧାନୀର ଲିଙ୍ଗପୁରର ସନ୍ଥବିହାରରେ ଥିବା ଫର୍ନିଚର ୱାର୍କସପ୍, ପାତ୍ରପଡ଼ାଠାରେ ଥିବା ସାଉଥ୍ ସିଟି ବାର୍ ଏବଂ ତାଙ୍କର ଖୋର୍ଦ୍ଧା ଜିଲ୍ଲାର ନୂଆପଡ଼ାରେ ଥିବା ଦୁଇମହଲା ବିଶିଷ୍ଟ ପୈତୃକ ଘରେ ଏହି ଚଢ଼ାଉ ଚାଲିଛି । ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍ ଏହି ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା କୁହା ଯାଇଛି ।

Leave A Reply

Your email address will not be published.