ସ୍ୱତନ୍ତ୍ର ଟୀକାକରଣ

179

-ବରିଷ୍ଟ ନାଗରିକ ଓ ଭିନ୍ନକ୍ଷମ ଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ

ପୁରୀ : ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି ଓ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ବଳଗଣ୍ତି ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ଟୀକାକରଣ ଆରମ୍ଭ ହୋଇଛି । ବରିଷ୍ଟ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସେମାନଙ୍କ ଘରୁ ଗାଡ଼ିରେ ଅଣାଯାଇ ଟୀକା ନେବା ପରେ ପୁଣି ଘରେ ଛାଡ଼ିବା ବ୍ୟବସ୍ଥା ହୋଇଛି । ଆଜି ୭୨ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇ ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜରୁରୀ କାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଏଡିଏମଓ ଡଃ ବିରଜା ଶଙ୍କର ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ତ୍ରିପାଠୀ, ଆଶା ସଂଯୋଜକ ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ଯୋଜନା ପରାମର୍ଶଦାତା ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.