ବାହୁଡିଲେ ଶ୍ରୀଲିଙ୍ଗରାଜ

162

ଭୁବନେଶ୍ୱର : ବାହୁଡିଲେ ମହାପ୍ରଭୁ ଲିଙ୍ଗରାଜ । ସପ୍ତାହାନ୍ତ ଶଟ୍ ଡାଉନ୍ ମଧ୍ୟରେ ସମ୍ପନ୍ନ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଏଥର ବିନା ଭକ୍ତରେ କୋଭିଡ୍ କଟକଣାରେ ଯାତ୍ରା ହୋଇଛି । କୋଭିଡ ନେଗେଟିଭ ଥିବା ସେବାୟତ ଓ ପୋଲିସ୍ କର୍ମଚାରୀ ମାନେ ରଥ ଟାଣି ମନ୍ଦିର ନିକଟରେ ପହଂଚାଇଥିଲେ ।

ମଧ୍ୟାହ୍ନ ୧୨ଟାରେ ରାମେଶ୍ୱର ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇ ୧ଟା ସୁଦ୍ଧା ଶେଷ ହୋଇଥିଲା । ପହଣ୍ଡି ଓ ରଥାରୂଢ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା । ରଥ ଦାଣ୍ଡରେ ବାହୁଡା ପାଇଁ କମିଶନରେଟ ପୋଲିସ ୧୪୪ଧାରା ଜାରି କରିଥିଲା । ଏହାସହ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୮୫ ବରିଷ୍ଠ ପୋଲିସ ଅଧକାରୀଙ୍କୁ ନିୟୋଜିତ କରାଯାଇଥିଲା ।

Leave A Reply

Your email address will not be published.