ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

155

ଭୁବନେଶ୍ୱର : ପରୀକ୍ଷା ବାତିଲ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ । କେବେ ପରୀକ୍ଷା ହେବ ଏଯାଏ ସ୍ଥିର ହୋଇ ନାହିଁ । ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅସୁବିଧା ହେବ । ତେଣୁ ଶୀଘ୍ର ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି କରି ଯୁକ୍ତ ୨ ଛାତ୍ରଛାତ୍ରୀମାନେ ସୋମବାର ଲୋୟର ପିଏମଜି ରେ ଧାରଣା ଦେଇଥିଲେ । ପରେ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ୍ କର୍ମୀ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ୍ ଛାତ୍ରମାନଙ୍କୁ ଭ୍ୟାନ୍ ରେ ଉଠାଇ ନେଇ ଅଟକ ରଖିଛି ।

କରୋନାର ସଂକ୍ରମଣ ବୃଦ୍ଧି ଯୋଗୁ ମାଟ୍ରିକ ପରିକ୍ଷା ବାତିଲ ପରେ ପ୍ଲସ୍ ଟୁ ପରୀକ୍ଷା ବାତିଲ ଦାବିରେ ଗତ ୨୨ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ସେତେବେଳେ ଗଣଶିକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇ ପିଲାମାନେ ପାଠ ପଢ଼ାରେ ମନୋନିବେଶ କରନ୍ତୁ । ଏଥିସହ ଜୁନ୍ ରେ ସ୍ଥିତି ଦେଖି ପରୀକ୍ଷା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି କହିଥିଲେ । ତେବେ ସୋମବାର ଦିନ ପୁଣି ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି ।୧୦ ଦିନ ଭିତରେ ଯଦି କିଛି ନିଷ୍ପତି ନିଆନଯାଏ, ତେବେ ୧୦ ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ପିଲାଙ୍କ ଦାବିକୁ ସମର୍ଥନ କରି ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତା ମଧ୍ୟ ପ୍ରତିବାଦ ସଭାରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.