ଆଜି ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ ସୁଶୀଲ ଚନ୍ଦ୍ର

158

-ରାଷ୍ଟ୍ରପତି ନିଯୁକ୍ତିକୁ ଦେଲେ ଅନୁମୋଦନ

ନୂଆଦିଲ୍ଲୀ: ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ଏବଂ ସେ ଆଜି ଦାୟିତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୋମବାର ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।
ବରିଷ୍ଠ-ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ବର୍ତମାନର ସୁନୀଲ ଆରୋରାଙ୍କ ଉତ୍ତରାଧିକାରୀ ହେବେ, ଯାହାଙ୍କ କାର୍ଯ୍ୟକାଳ ସୋମବାର ଦିନ ଶେଷ ହୋଇଛି । ଏହାକୁ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚିତ କରାଯାଇଛି ।
୨୦୧୯ ରେ ଚନ୍ଦ୍ରଙ୍କୁ ନିର୍ବାଚନ ଆୟୋଗରେ ସାମିଲ କରାଯାଇଥିଲା । ତାଙ୍କ ଆଗାମୀ କାର୍ଯ୍ୟକାଳରେ ଉତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ତାଙ୍କ ନେତୃତ୍ୱରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନର ଥିବାବେଳେ ତାଙ୍କ ଅଧୀନରେ ଥିବା ୧୦ ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଏବଂ ନାମାଙ୍କନପତ୍ରର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନରେ କରାଯାଇଛି ।

Leave A Reply

Your email address will not be published.