ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଭେଟିଲେ ସ୍ୱାଭିମାନ ଅଞ୍ଚଳବାସୀ

195

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳବାସୀ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଚିତ୍ରକୋଣ୍ଡା ବିଡିଓ ରାହୁଲ ମଣ୍ଡଳଙ୍କୁ ଭେଟିଛନ୍ତି । ସେମାନଙ୍କର ସମସ୍ୟା ଗୁଡ଼ିକ ହେଲା,ସ୍ୱାଭିମାନ ଅଞ୍ଚଳର ଲୋକମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଅଧିନରେ କରିଥିବା କାମଗୁଡିକର ବିଲ ବହୁତ ଦିନ ହେଲାଣି ପାଇନାହାନ୍ତି । ସ୍ୱାଭିମାନ ଅଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ଅଧିନରେ ହୋଇଥିବା ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ହେବା ପରେ ସରକାର ଏହାର ତଦନ୍ତ କରି ଜାନୁଆରୀ ମାସରେ ଚିତ୍ରକୋଣ୍ଡା ବ୍ଲକର ପୂର୍ବତନ ବିଡିଓ ଓ କନିଷ୍ଠଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ଲୋକଙ୍କ କହିବା ଅନୁସାରେ ସରକାର ଦୁର୍ନୀତି ଅଭିଯୋଗ ହେବା ପରେ ବିଡିଓ ଓ କନିଷ୍ଠଯନ୍ତ୍ରୀଙ୍କୁ ନିଲମ୍ବନକରି ଚୁପ ରହିଗଲେ । ସ୍ୱାଭିମାନ ଅଞ୍ଚଳରେ କିପରି ପୁଣିଥରେ ପାଇଖାନା ନିର୍ମାଣ କରାଯିବ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ଲୋକମାନେ ନଦୀ, ନାଳ, ଜଙ୍ଗଲକୁ ଶୌଚ ହେବାକୁ ଯାଉଛନ୍ତି । ସବୁବେଳେ ସାପ, ଜୀବଜନ୍ତୁଙ୍କ ଭୟ ରହୁଛି । ଘରର ମହିଳାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଲୋକମାନେ ଦାବି କରିଛନ୍ତି ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଆସିଥିବା ଟଙ୍କାକୁ ଖାଇଥିବା ବିଡିଓ ଓ କନିଷ୍ଠଯନ୍ତ୍ରୀଙ୍କ ଠାରୁ ସେହି ଟଙ୍କାକୁ ଆଦାୟ କରି ସ୍ୱାଭିମାନ ଅଞ୍ଚଳରେ ପୁଣି ଥରେ ପାଇଖାନା ନିର୍ମାଣ କରିବାକୁ ଦାବିକରିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଏହା ଉପରେ ପଦକ୍ଷେପ ନେଇ ସ୍ୱାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣ ନ କରିଲେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ନନ୍ଦ ମୁଦୁଲି, ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ, ତପନ କୁମାର ସାହା ଓ ରାଜୁ ହନ୍ତାଲଙ୍କ ସହ ବହୁ ସଂଖ୍ୟାରେ ଅଞ୍ଚଳବାସୀ ବିଡ଼ିଓଙ୍କୁ ଭେଟି ଦାବୀ ପତ୍ର ଦେଇଥିଲେ । ବିଡ଼ିଓ ଶ୍ରୀ ମଣ୍ଡଳ ୭ ଦିନ ମଧ୍ୟରେ ସମସ୍ୟା ଗୁଡିକର ସମଧାନ କରିବା ଦିଗରେ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.